ପୃଷ୍ଠା:ଅଭିନବ ବୀଜଗାଣିତିକ ବିଧି ବିଜ୍ଞାନ.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୮)

୧୦) ସମଆଧାର ବିଶିଷ୍ଟ ରାଶିଗୁଡିକର ଗୁଣନ (କିମ୍ବା ହରଣ)ରେ

ସରଳୀକରଣ ପରେ ଆଧାର ଅପରିବର୍ତ୍ତିତ ରହି ଘାତାଙ୍କସବୁ ଯୋଗ

(କିମ୍ବା ବିୟୋଗ)ହୁଏ । [ଘାତାଙ୍କ ନିୟମ ଦେଖ]

୧୧) ଭଗ୍ନାଂଶଗୁଡିକର ଯୋଗ/ବିୟୋଗ ପାଇଁ ନିୟମ

କ) ସଂପୃକ୍ତ ଭଗ୍ନାଂଶଗୁଡିକର ହରମାନଙ୍କର ଲ:ସା:ଗୁ: ନେଲେ ତାହା

ସରଳୀକୃତ ଭଗ୍ନାଂଶର ହର ହେବ ।

ଖ) ଉପରୋକ୍ତ ଲ:ସା:ଗୁ:କୁ ପ୍ରଥମ ଭଗ୍ନାଂଶର ହର ଦ୍ୱାରା ହରି ପ୍ରାପ୍ତ

ଭାଗଫଳକୁ ସେହି ଭଗ୍ନାଂଶର ଲବରେ ଗୁଣି ଗୁଣଫଳକୁ ଲେଖ ।

ଗ) ଏହି ପ୍ରକ୍ରିୟା ଦ୍ୱାରା ସମସ୍ତ ଭଗ୍ନାଂଶରୁ ପ୍ରାପ୍ତ ମୂଲ୍ୟଗୁଡିକରେ ଦତ୍ତ

ଚିହ୍ନ ବସାଇ ସରଳ କଲେ, ତାହା ସରଳୀକୃତ ଭଗ୍ନାଂଶର ଲବ ହେବ ।

୧୨) ଗୋଟିଏ ଭଗ୍ନାଂଶକୁ ଅନ୍ୟ ଏକ ଭଗ୍ନାଂଶ (କିମ୍ବା ପୂର୍ଣ୍ଣସଂଖ୍ୟା) ଦ୍ୱାରା

ଭାଗ କରିବାକୁ ହେଲେ ପ୍ରଥମ ଭଗ୍ନାଂଶକୁ ଦ୍ୱିତୀୟ ଭଗ୍ନାଂଶର ଅନ୍ୟୋନ୍ୟକ

(ଲବ ସ୍ଥାନରେ ହର ଏବଂ ହର ସ୍ଥାନରେ ଲବ) ଦ୍ୱାରା ଗୁଣିବାକୁ ପଡେ ।