ଉଠି ଛିଡା ହେଲେ । କହିଲେ, ଜାପାନୀମାନଙ୍କର ରଂଗ କଣ ?
ସେତେବେଳକୁ ଅନ୍ୟ ଅତିଥିମାନେ ଆସି ଯାଇଥିଲେ । ସାମାନ୍ୟ ଭାବରେ ବହି ଉନ୍ମୋଚନର ପର୍ବ ସରିଲା । ମୋର ମନ କିନ୍ତୁ ସେଥିରେ ନଥିଲା । ସମସ୍ତେ ଖାଇବା ପିଇବା ପର୍ବରେ ଲାଗିଗଲେ । ମୁଁ ସୁଜାନ କହିଥିବା କଥା ହିଁ ଭାବୁଥିଲି । ତାଙ୍କର ବ୍ୟାଖ୍ୟା ଚମତ୍କାର ଥିଲା ନିଶ୍ଚୟ, କିନ୍ତୁ ତା ରହସ୍ୟକୁ ସମାଧାନ କରୁଥିଲା ନା ଆହୁରି ଜଟିଳ କରି ଦେଉଥିଲା ସେ କଥା ମୁଁ ସ୍ଥିର କରିପାରୁ ନଥିଲି । ପାର୍ଟିରେ ମୋର ଆଉ ମନ ଲାଗୁ ନଥିଲା ଯଦିଓ ଅନ୍ୟମାନେ ସମସ୍ତେ ନିଜକୁ ବେଶ ଉପଭୋଗ କରୁଥିବାର ଜଣା ପଡ଼ୁଥିଲେ । ସୁଜାନ ବର୍ତ୍ତମାନ ଆଉ ଜଣେ ଲେଖକଙ୍କ ସହିତ କିଛି ଗଭୀର ଆଲୋଚନାରେ ବ୍ୟସ୍ତ ଥିଲେ ।
ପାର୍ଟି ସରି ଆସିଲା । ମୁଁ ସେଠାରୁ ବାହାରିବା ପାଇଁ ସମସ୍ତଙ୍କ ପାଖରୁ ଯାଇ ବିଦାୟ ନେଲି । ଯେତେବେଳେ ସୁଜାନଙ୍କ ସହିତ ହାତ ମିଳାଇଲି, ସେ କହିଲେ, କେମିତି ମୁଁ ଆପଣଙ୍କର ସବୁ ସମସ୍ୟାର ସହଜ ସମାଧାନ କରିଦେଲି, ଦେଖିଲେ ?
ମୋର କ୍ୟାମେରାର ସ୍ପିରିଟ ଫଟୋଗ୍ରାଫି ବିଷୟରେ ଶେରଲକ ହୋମସ୍ଙ୍କର ଯଦି କିଛି ମତ ଥାଏ, ଆପଣ ସେ ବିଷୟରେ ମତେ ଜଣାଇଲେ ନାହିଁ ।
ସୁଜାନ ସାମାନ୍ୟ ମାତ୍ରାଧିକ ପାନୀୟ ପିଇଥିବାର ସହଜ ହସ ହସିଲେ । କହିଲେ, ମୁଁ ଆପଣଙ୍କୁ କହିବାକୁ ଯାଉଥିଲି, ମତେ କିଏ ଡାକିନେଲା । ମୁଁ ଆପଣଙ୍କୁ କାଲି ଟେଲିଫୋନରେ ଜଣାଇ ଦେବି ।
ସୁଜାନଙ୍କ ପାଖରୁ ଫୋନ ନ ଆସିବାରୁ ଦି ଦିନ ପରେ ମୁଁ ହିଁ ଟେଲିଫୋନ କଲି । ମୁଁ କିଛି କହିବା ଆଗରୁ ସେ କହିଲେ, ବ୍ୟସ୍ତ ରହି ମୁଁ ଆପଣଙ୍କୁ ଫୋନ କରି ପାରିଲି ନାହିଁ । ତେବେ ମୁଁ ଯଦି ବର୍ତ୍ତମାନ ଶେରଲକ ହୋମସଙ୍କ ଭୂମିକା ନିଏ ଆପଣଙ୍କର ଆପଭି ଅଛି କି ?
ନା, ମୁଁ କହିଲି ।
ଆପଣ ନିଶ୍ଚୟ ଆପଣଙ୍କ କ୍ୟାମେରାରେ କେବେ କେବେ ମାଇକ୍ରୋ ଲେନ୍ସ ବି ବ୍ୟବହାର କରନ୍ତି
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ .୬୨