ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ଥିର ଶାନ୍ତ ଘରୋଇ ପ୍ରକୃତିର ଥିଲା ; ମୋହନ ତାର ପୁରାପୁରି ଓଲଟା : ଦାୟିତ୍ବହୀନ, ଫୁର୍ତ୍ତିବାଜ, ମୁହୁତ୍ତରୁ ମୁହୁର୍ଭକୁ ବଞ୍ଚୁଥୁବା ମଣିଷ । ସେ ହିଁ ତାକୁ ପରିଚୟ କରାଇ ଦେଇଥଲା ଶାନ୍ତା ସହିତ । ଟୋନି ଓ ଶାନ୍ତାକୁ ସେମାନେ ଭେଟିଥଲେ ସପ୍ତାହେ ତଳେ କଫି ହାଉସରେ । ଅନେକ ଭାବି ଚିନ୍ତି, ଯେତେବେଳେ ଅଫିସ୍‌ର ସମସ୍ୟା ତା ପାଇଁ ଅସହନୀୟ ହୋଇ ଉଠିଲା, ସେ ରାଜି ହୋଇଥଲା ମୋହନର କଥାରେ, ଶାନ୍ତା ସହିତ ଦୁଇ ଦିନ କଟାଇବା ପାଇଁ । ମୋହନ ମତରେ ଅବିନାଶ ଯଦି ପୁରାପୁରି ଅଫିସ କଥା ଭୁଲିଯାଇ ଦୂରରେ କେଉଁଠାରେ ସମୟ କଟାଇପାରେ, ସେଠାରୁ ଫେରିବା ବେଳକୁ ସମର୍ଥ ହୋଇ ଯାଇଥିବ ନିଜର ସମସ୍ୟାକୁ ସାମନା କରିବା ପାଇଁ ।

ବର୍ତ୍ତମାନ ବର୍ଷାର ମଳିନତା ଭିତରେ ଗାଡ଼ି ଚଳାଉ ଚଳାଉ ସେ ଭାବୁଥୁଲା ଯେ ମୋହନର ପ୍ରରୋଚନାରେ ଏ ଭଳି ରାସ୍ତାକୁ ପାଦ ବଢ଼ାଇବା ଯେ ସଂପୂର୍ଣ୍ଣ ନିରର୍ଥକ ଥିଲା ତା ନୁହେଁ, ଥିଲା ଅତି ଅବିବେକୀ ଓ ବିପଦଜନକ । ତେବେ ସେ ଯେତେବେଳେ ଷ୍ଟେସନ ପାଖରେ ହାତରେ ବ୍ୟାଗ୍ ଧରି ଅପେକ୍ଷା କରିଥୁବା ଶାନ୍ତାକୁ ଗାଡ଼ିରେ ବସାଇଲା, ତା ମନରୁ ସବୁ ଦୁର୍ଭାବନା ଦୂର ହୋଇଗଲା । ଆଗରୁ କଫି ହାଉସରେ ଥରେ ମାତ୍ର ଭେଟିଥିବା ଶ୍ୟାମଳୀ ରଙ୍ଗର ଭରପୁର ଝିଅଟି ଅତି ସୁନ୍ଦରୀ ନଥିଲେ ବି ଖୁସି ଖୁସି ଚେହେରାର ଥିଲା, ଖୁବ୍ ଭଦ୍ର ଭାବରେ ବ୍ୟବହାର କରୁଥଲା ଏବଂ ତା ସହିତ କଥାବାର୍ତ୍ତା ବେଳେ ମନେ ହେଉଥିଲା ଯେପରି ସେ ତାର ଅନେକ ଦିନର ଜଣାଶୁଣା ।

ଶାନ୍ତାକୁ ଦେଖିଲେ ତାର କାହିଁକି କେଜାଣି ମନେପଡ଼ି ଯାଉଥିଲା ସେଇ କେବେକାର କଲେଜ ଦିନର ଝିଅଟି କଥା, ଯାହା ସହିତ ଅତି ସାମାନ୍ୟ ସଂପର୍କକୁ ସେ ସେତେବେଳେ ପ୍ରେମ ବୋଲି ମନେ କରିଅଲା, କିନ୍ତୁ ଯେଉଁ ସଂପର୍କଟି ଆଉ ଆଦୌ ଆଗକୁ ବଢ଼ି ନଅଲା । ଝିଅଟିର ଚେହେରା ଠିକ୍ ମନେ ପଡ଼ୁ ନଥିଲା ; ସେ କୁଆଡ଼େ ଗଲା କଣ କଲା ସେ ଖବର ବି ନଥିଲା ତା ପାଖରେ । ଝିଅଟି କଥା ମନେ ପଡ଼ିଲେ ନିଜର ଅପରିପକ୍ବତାର କଥା ହିଁ ମନକୁ ଆସୁଥଲା ଅବିନାଶର । ସେତେବେଳେ ସେ ଝିଅଟିକୁ ଭେଟିବାକୁ ଭୟରେ ଭୟରେ ତାର ହଷ୍ଟେଲକୁ ଯାଉଥଲା ଏବଂ ଅତି ପିଲାଳିଆ ଚିଠିମାନ ଲେଖୁଥଲା । ଝିଅଟି କିନ୍ତୁ ତା ଠାରୁ ଅଧୁକ ବ୍ୟବସ୍ଥିତ ଓ ସନ୍ତୁଳିତ ଅଲା । ଯେଉଁ କଥାଟି ତାକୁ ଅବିବେକୀ ପ୍ରମାଣ କରି ଲଜିତ କରୁଥବାରୁ ଅବିନାଶ ତାକୁ ପାଶୋରି ଦେବାକୁ ଚାହୁଁଅଲା, ସେଇକଥା ବର୍ତମାନ ହଠାତ ମନକୁ ଆସିଲା । ଝିଅଟି ତାକୁ ଦିନେ କହିଥିଲା, ଆପଣ ହଷ୍ଟେଲ ରେଜିଷ୍ଟରରେ ନିଜର ନାଁ ଲେଖିଲା ବେଳେ ଦୟା କରି ସଂପର୍କ ଭାଇ ବୋଲି ଲେଖିବେ ନାହିଁ । ସେ ମୁହଁ ପୋତି ଚାଲି ଆସୁଥୁଲା ; ଝିଅଟି ତାକୁ ପଛକୁ ଡାକି କହିଥିଲା, ଆଉ ଗୋଟେ କଥା, ଲଫାପା ଉପରେ ଲୋକାଲ୍ ବୋଲି ନ ଲେଖିଲେ ବି ଚଳିବ ।

୧୧ .. ଇନ୍ଦ୍ରଧନୁ, ଆଖି ଓ କବୀତାର ଦୀର୍ଘ ଜୀବନ