ପୃଷ୍ଠା:Asha Tara Dekhiba.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୂରତା ମାପ

ପୃଥିବୀର କକ୍ଷପଥର ଦୁଇ ମୁଣ୍ଡରୁ ଦେଖିଲେ କୌଣସି ତାରା ତା’ର ପାଖ ତାରାଙ୍କ ତୁଳନାରେ କିଛି ଘୁଞ୍ଚିଲା ଭଳି ଦେଖାଯିବ । ଏହାକୁ ବିସ୍ଥାପନା (ତାରାଙ୍କ ସ୍ଥାନ ବଦଳା ବା ପାରାଲେକ୍ସ) କୁହାଯାଏ। ତାରାମାନଙ୍କ ଦୂରତା ଖୁବ୍ ଅଧିକ ହୋଇଥିବାରୁ ସେମାନଙ୍କ ଘୁଞ୍ଚିବାଟା ବେଶ୍ ଅଳ୍ପ ହୁଏ । ଖାଲି ଆଖିରେ ଏହା ଜଣା ପଡ଼େନାହିଁ, ଶକ୍ତିଶାଳୀ ଦୂରବୀଷଣ ଯନ୍ତ୍ର, ଦରକାର ହୁଏ ।

କକ୍ଷପଥର ଦୁଇ ମୁଣ୍ଡରୁ ଗାର ଟାଣିଲେ ତାରା ପାଖରେ ଯେଉଁ କୋଣ ହୁଏ ତାକୁ ବିସ୍ଥାପନା କୋଣ କୁହାଯାଏ । କୋଣଟିର ଅଧା ଯେବେ ଏକ ସେକେଣ୍ଡ - (ବିକଳା, ଏକ ଡିଗ୍ରୀର ୩୬୦୦ ଭାଗରୁ ଏକ ଭାଗ) ହୁଏ ସେ ଦୂରତାକୁ ଏକ ପାର୍‌ସେକ୍ କୁହାଯାଏ ।

ମହାକାଶରେ ଦୂରତାର ଆଉ କିଛି ଏକକ :

ସୌରଏକକ (ଆଷ୍ଟ୍ରୋନୋମିକାଲ ୟୁନିଟ୍)
=ସୂର୍ଯ୍ୟ-ପୃଥିବୀ ଦୂରତା
=୧୪,୯୫,୯୭,୯୦୦ କିଲୋମିଟର
ଆଲୋକବର୍ଷ (ଲାଇଟ୍ ଇୟର) = ବର୍ଷକରେ ଆଲୋକ ଯାଉଥିବା ବାଟ
=୯.୪୬୦୫ x ୧୦ କି।ମି (ପ୍ରାୟ ୧୦ ଲକ୍ଷ କୋଟି କିଲୋମିଟର)

୧ ପାର୍‌ସେକ୍= ୩.୨୬ ଆଲୋକ ବର୍ଷ

୧୭