ପୃଷ୍ଠା:Asha Tara Dekhiba.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାର

ପୃଥିବୀର କକ୍ଷପଥରେ ଦୁଇ ବିପରୀତ ବିନ୍ଦୁରୁ (୬ମାସ ତଫାତରେ) କୌଣସି ତାରାର ବି ସ୍ଥାପନ କୋଣ ମାପି ସେଥୁରୁ ତା’ର ଦୁରତା ଜାଣି ହେବ । ପାଖ ତାରା ସାଙ୍ଗରେ ତୁଳନା କରି ଦୂର ତାରାମାନଙ୍କର ଦୁରତା ଜାଣି ହେବ । ତାରାର ଆଲେକ‌କୁ ମାପି ଓ ତା’ର ବର୍ଣ୍ଣାଳୀ ଦେଖି ପ୍ରତୀତ ଦୀପ୍ତି ଓ ଉତ୍ତାପ ଜାଣି ହେବ । ଦୂରତା ଓ ପ୍ରତୀତ ଦୀପ୍ତିରୁ ତାରାର ପରମ ଦୀପ୍ତି ହିସାବ କରାଯାଇ ପାରିବ ।

ଏହି ପରମ ଦୀପ୍ତି ବା ପ୍ରକୃତ ଉଜଳତା ଏବଂ ତାରାର ଉତ୍ତାପରୁ ତା’ର ପୃଷ୍ଠ ଭାଗର କ୍ଷେତ୍ରଫଳ ହିସାବ କରିହୁଏ । କ୍ଷେତ୍ରଫଳରୁ ବ୍ୟାସ ବାହାର କରିବା ତ ସାଧାରଣ ଜ୍ୟମିତିର କଥା । ଏହିପରି ଆମେ ପୃଥିବୀରେ ବସି କାହିଁ କେତେ ଦୂର ରେ ଥିବା ତାରାର ଆକାର ମାପି ପାରିବା । ଅବଶ୍ୟ ତିନି ଶ୍ରେଣୀଣାରେ ପାଣି ଉଠିଲା ଭଳି କେତେ ପରସ୍ତ ହିସାବ କିତାବ ଏଥୁପାଇଁ ଦରକାର ।

ପୃଥିବୀରେ ଆମେ ଯେପରି ସବୁ ଆକାରର ଜିନିଷ ଦେଖିବାକୁ ପାଇଥାଉ, ତାରା ଜଗତରେ ବି ସେମିତି ହରେକ ଆକାରର (ଏବଂ ରଙ୍ଗର) ତାରା ଅଛନ୍ତି । ଲାଲ ତାରାକିର୍ତ୍ତିର ଆକାର ଅତି ବିରାଟ । ତେଣୁ ସେମାନଙ୍କୁ ଲୋହିତ ଦାନବ (ରେଡ୍ ଜାଏଣ୍ଟ) କୁହାଯାଏ ।

ଆମର ଚିହ୍ନା ତାରା ସ୍ୱାତୀର ବ୍ୟାସ ସୂର୍ଯ୍ୟର ବ୍ୟାସର ପ୍ରାୟ ୨୫ ଗୁଣ । ବିଛାମଣ୍ଡଳର ଲାଲ ତାରା ଜ୍ୟେଷ୍ଠା ସ୍ୱାତୀର ୧୦ ଗୁଣ । ଆମର ସୂର୍ଯ୍ୟର ଜାଗାରେ ଯଦି ଜ୍ୟୋଷ୍ଠା କେବେ ବସିଯାଏ ତେବେ ସେ ମଙ୍ଗଳ ଗ୍ରହର କକ୍ଷପଥକୁ ବି ଟପିଯିବ । କାଳପୁରୁଷ ମଣ୍ଡଳର ଲୋହିତ ଦାନବ ଆର୍ଦ୍ରା ମଧ୍ୟ ଏହି ଆକାରର । ତା’ର ଚାରି ପଟରେ ଥରେ ବୁଲି ଆସିବା ପାଇଁ ଆଲୋକକୁ ପ୍ରାୟ ୧ ଘଣ୍ଟା ଲାଗିଯାଏ ।

ସବୁଠାରୁ ବଡ ଲୋହିତ ଦାନବ ହେଉଛି ବୃଷପର୍ବା ମଣ୍ଡଳର କ୍ଷୀଣ ତାରା ମଧୁ (ଢ) । ତା’ର ବ୍ୟାସ ସୁର୍ଯ୍ୟର ୩,୦୦୦ ଗୁଣ । ସେ ଯଦି ସୂର୍ଯ୍ୟର ଜାଗାକୁ ଆସେ ତେବେ ଶନି ଗ୍ରହର କକ୍ଷପଥକୁ ଟପି ରହିବ । ଉତ୍ତାପ କମ୍ ହେଲେ ବି ଆକାର ଅତି ବଡ଼ ହୋଇ ଥିବାରୁ ଏମାନେ ସୂର୍ଯ୍ୟଠାରୁ ବେଶ ଅଧୁକ ଆଲୋକ ଦେଇଥା’ନ୍ତି ।

ସବୁ ବିରାଟ ତାରା ଯେ ଲାଲ ବା ସବୁ ଲାଲ ତାରା ଯେ ବିରାଟ ତାହା ନୁହେଁ । ତାରା ଜଗତରେ ଲୋହିତ ବାମନ (ରେଡ୍ ଡ୍ୱାର୍ଫ) ବି ରହିଛି । ନୀଳ-ଧଳା ଦାନବ ଏବଂ ନୀଳ-ଧଳା ବାମନ ମଧ୍ୟ

୧୮