ପୃଷ୍ଠା:Asha Tara Dekhiba.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଛନ୍ତି । ଆମର ନିକତତମ ତାରା ପ୍ରକ୍ସିମା ସେଣ୍ଟରୀ ଗୋଟିଏ ଲୋହିତ ବାମନ ତାରା । ତା’ର ବ୍ୟାସ ସୂର୍ଯ୍ୟର ୧୦ ଭାଗରୁ ଭାଗେ । ତାହା ଏତେ କ୍ଷୀଣ ଯେ ଆମର ସବୁଠାରୁ ପାଖରେ ଥିଲେ ବି ତାକୁ ଦେଖିବା ବେଶ୍ କଷ୍ଟ । ଆକାଶରେ ଜୁଳୁଜୁଳିଆ ପୋକଟିଏ ଭଳି ସେ ରହିଛି !

ଦାନବ ହେଉ ବା ବାମନ ହେଉ ଧଳା-ନୀଳ ତାରାଗୁଡ଼ିକ ଖୁବ୍ ଗରମ ଆଉ ଦୀପ୍ତିମାନ । ଆକାରରେ ସେମାନେ ଲୋହିତ ଦାନବ ଭଳି ନ ହେଲେ ବି ସେମାନଙ୍କଠାରୁ ଅଧିକ ଆଲୋକ ଦେଇଥାନ୍ତି । କାଳପୁରୁଷ ମଣ୍ଡଳର ବାଣରାଜା ତାରା ବ୍ୟାସରେ ସେହି ମଣ୍ଡଳର ଲୋହିତ ଦାନବ ଆର୍ଦ୍ରାର ୧୦ ଭାଗରୁ ମାତ୍ର ୧ ଭାଗ । କିନ୍ତୁ ବାଣରାଜା ଆର୍ଦ୍ରାର ୨ ଗୁଣ ଅଧିକ ଆଲୋକ ଦିଏ ।

ଦେଖା ଯାଉଥୁବା ତାରାମାନଙ୍କ ଭିତରେ ସବୁଠାରୁ ଛୋଟ ହେଉଛି ଧଳା ବାମନ ଶ୍ରେଣୀର ତାରା । ଏମାନେ ପୃଥିବୀ ଆକାରର ହୋଇ ପାରନ୍ତି, କିନ୍ତୁ ସୂର୍ଯ୍ୟ ଓଜନର ଜିନିଷ ଏଥୁରେ ଖୁନ୍ଦି ହୋଇ ରହି ଥାଏ । ଏଥିରୁ ବାହାରୁ ଥିବା ଆଲୋକ ତାଙ୍କଠାରୁ ୧୦ ଗୁଣ ବଡ଼ ଲୋହିତ ବାମନର ଆଲୋକ ସାଙ୍ଗ6ର ସମାନ ।