ପୃଷ୍ଠା:Chha mana atha guntha.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଣନ୍ତି ! କଥା ଛଳରେ ଆମ୍ଭେମାନେ ମାନିଗଲୁ, ଚମ୍ପା ପିଆଜ କିଣି ଆଣିଲା । ଖାଇବାର ପ୍ରମାଣ କାହିଁ ? "ପଲାଣ୍ଡୁ ଗୁଞ୍ଜନଞ୍ଚୈବ" ---ମନରେ ଖାଇବାକୁ ସିନା ମନା, କିଣିଲେ ପତିତ ହେବ, ଏ ବିଧି କାହିଁ ? ମାତ୍ର ଭଦ୍ରଲୋକ ଘର ମହିଳା ମାନଙ୍କ ଦୋଷାଦୋଷ ସମାଲୋଚନାକାରୀ ନିନ୍ଦୁକମାନଙ୍କ କଥାରେ ଉତ୍ତର ଦେବାକୁ ଆମ୍ଭେମାନେ ସଂପୂର୍ଣ୍ଣ ନାରାଜ ।

--0--