ପୃଷ୍ଠା:Asha Tara Dekhiba.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|357px|page=26]]

ତଥାପି କେତେ ତାରାଙ୍କର ସ୍ଥାନ ବଦଳୁଥିବାରୁ ପ୍ରମାଣ ଇତିହାସରୁ ମିଳୁଛି। ପ୍ରାୟ ୫୦୦୦ ବର୍ଷ ଧରି ମଣିଷ ତାରା ଦେଖୁଛି । କେତେ ତାରାଙ୍କ ବିଷୟରେ ପୁରୁଣା ଗୁମ୍ଫା ବା ପୋଥି ଚିତ୍ରରୁ ଜଣା ପଡ଼ୁଛି । କାହାର ଜାଗା କେତେ ବଦଳିଛି, ତାହା ଏ ସବୁରୁ ଜଣା ପଡ଼ିଛି।

ଦୁଇଟି ଉଜ୍ଜଳ ତାରା ଅଭିଜିତ (ଭେଗା) ଓ ସ୍ୱାତୀ (ଆରକଟରସ୍) ବେଶ୍ କିଛି ବାଟ ଘୁଞ୍ଚି ଥିବାର ଜଣା ଅଛି । ସପ୍ତର୍ଷି ମଣ୍ଡଳର ତାରାମାନଙ୍କର ଗତିର ଦିଗ ଓ ବେଗକୁ ହିସାବ କଲେ ତା'ର ଅତୀତ ଓ ଭବିଷ୍ୟତର ଆକୃତି ଆମେ କହି ପାରିବା । ଉପର ଚିତ୍ରରୁ ଏହା ଦେଖି ଭାବନ୍ତୁ ତ କେଉଁଟା ବେଶି ସୁନ୍ଦର!

୨୫