ପୃଷ୍ଠା:Aama Parala Gajapati.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେତେବେଳେ ସେ ଯେଉଁ କେତେକ ସଂକଳ୍ପ କରିଥିଲେ ତନ୍ମଧ୍ୟରେ ପ୍ରମୁଖ ଥିଲା ତାହାଙ୍କ ରାଜକୋଷରେ ଗଛିତ ରହିଥିବା ପ୍ରାୟ ୨୫ ଲକ୍ଷ ଟଙ୍କାକୁ ଅପଣର ବିଳାସବ୍ୟସନପାଇଁ ବ୍ୟବହାର କରିବେ ନାହିଁ । ସେତିକିବେଳେ ସେ ମଧ୍ୟ ସଂକଳ୍ପ କରିଥିଲେ ଯେ ତାଙ୍କର ପୁର୍ବପୁରୁଷଙ୍କ କୀର୍ତିକଳାପ ସବୁର କେବଳ ରକ୍ଷଣାବେକ୍ଷଣ ନୁହେଁ, ବରଂ ସେସବୁର ଉତ୍ତରୋତ୍ତର ଭାବରେ ଉନ୍ନତି କରିବାପାଇଁ ମଧ୍ୟ ଉଦ୍ୟମ କରିବେ । ପୁଣି ଅନ୍ୟତମ ସଂକଳ୍ପ ମଧ୍ୟରେ ଥିଲା। ପଦବ୍ରଜରେ ବ୍ରହ୍ମକପାଳି ଯାଇ ସେଠାରେ ପିତୃପିତାମହଙ୍କ ଭଳି ପୁର୍ବପୁରୁଷଗଣଙ୍କପାଇଁ ପିଣ୍ଡଦାନ କରିବେ । ଆମ ପରଂପରାନୁକ୍ରମେ ସେଠାରେ ପିତୃଶ୍ରାଦ୍ଧ କରି ପିଣ୍ଡଦାନ କଲେ ପିତୃପୁରୁଷଗଣ ମୁକ୍ତି ପାଇଥାନ୍ତି, ସ୍ୱର୍ଗଗାମୀ ହୋଇଥାନ୍ତି । ସେଥିପାଇଁ ସେ ଧର୍ମପ୍ରାଣ ମାଆଙ୍କୁ ମଧ୍ୟ କଥା ଦେଇଥିଲେ, ସେହି କାର୍ଯ୍ୟ ସେ ନିଶ୍ଚିତ ରୂପେ କରିବେ । ଯଥ ସମୟରେ ତାହା ପୁରଣ କରିଥିଲେ ମଧ୍ୟ । ଆଜିକାଲିର ବ୍ୟବସ୍ଥା ପରିବର୍ତ୍ତେ ସେତେବେଳେ ସେଠାକୁ ଯିବାକୁ ହେଲେ ଦୀର୍ଘ ରାସ୍ତା କେବଳ ଦେଳା କିମ୍ବା ଘୋଡ଼ସବାର ମାଧ୍ୟମ ଗ୍ରହଣ କରିବାକୁ ପଡ଼ୁଥିଲା । ଅଧିକାଂଶ ରାସ୍ତା ବରଫାବୃତ୍ତ । ତଥାପି ମହାରାଜା ପଦବ୍ରଜରେ ଯାଇଥିଲେ ସେଠାକୁ ଏବଂ ପିଣ୍ଡଦାନ କରିଥିଲେ । ତାହାଙ୍କର କର୍ଭବ୍ୟବୋଧଯୋଗୁଁ ସେ ବାସ୍ତବରେ କୌଣସି କଷ୍ଟ ଅନୁଭବ କରିନଥିଲେ । ଅପରନ୍ତୁ ଆତ୍ମିକ ଆନନ୍ଦରେ ବିଭୋର ହୋଇଯାଇଥିଲେ ସେହି କାର୍ଯ୍ୟ ସମାପନ ହେବା ପରେପରେ ।

ଜାତୀୟ ଚେତନାରେ ଉଦ୍ବେଳିତ ହୋଇ ସାରିଥିବା ମହାରାଜା କୃଷ୍ଣଚନ୍ଦ୍ର ସେତେବେଳେ ସଂକନ୍ଧ କରିଥିଲେ, ରାଜ୍ୟରେ ପ୍ରଜାମଙ୍ଗଳକାରୀ ଅନୁଷ୍ଠାନମାନ ଗଠନକରି ସେ ଜନହିତକର କାର୍ଯ୍ୟକଳାପରେ ଆପଣକୁ ନିୟୋଜିତ କରିବେ । ବିଗତ କଲେଜ ପାଠ୍ୟକ୍ରମରେ ସେଇ ସଂପର୍କରେ ରାଜକୁମାରମନଙ୍କୁ ସାଧାରଣ ଭାବେ ସଚେତନ କରାଇ ଦିଆଯାଉଥିଲା । ସେଇ ପୋଥିପାଠକୁ ସେ ବାସ୍ତବରେ ପରିଣତ କରିବା ପାଇଁ ସଂକଳ୍ପ କରିଥିଲେ ରଜ୍ୟ ଭିଷେକ ଅବସରରେ । ସେତିକିବେଳେ ଆପଣା ରାଜ୍ୟବାସୀଙ୍କ ଉନ୍ନତିକୁ ଦୃଷ୍ଟି ପରିସରରେ ମୁଖ୍ୟତଃ ରଖିଥିଲେ ସୁଦ୍ଧା ସମୟର ଚକରେ ତାହା ସମଗ୍ର ଓଡ଼ିଅଭାଷୀ ଅଞ୍ଚଳର ଜନଗଣଙ୍କ ପାଇଁ ପ୍ରସାରିତ ହୋଇଯାଇଥିଲା ଏବଂ ପରିଣାମ ହୋଇଥିଲା ଓଡ଼ିଆଭାଷୀ ଲୋକଙ୍କପାଇଁ ସ୍ୱତନ୍ତ୍ର ପ୍ରଦେଶ ଗଠନ । ବିଶେଷ ଉଲ୍ଲେଖଯୋଗ୍ୟ ଯେ ତାଙ୍କର ଏକକ ଉଦ୍ୟମରେ ହିଁ ପରଳା ଓ ଜୟପୁର ଜମିଦାରିର ମିଶ୍ରଣ ସମ୍ବବପର ହୋଇଥିଲା । ତାଙ୍କରି ରାଜ୍ୟ ତଥା ରାଜ୍ୟବାସୀ ନୂତନ ଓଡ଼ିଶାରେ ସାମିଲ ହୋଇପାରିଥିଲେ । ତାହାଙ୍କର ରାଜ୍ୟବାସୀଙ୍କର ପରମ ଉନ୍ନତି ସାଧିତ ହୋଇପାରିଥିଲା ।

ପୁଣି ମହାରାଜାଙ୍କର ଅନ୍ୟତମ ସଂକନ୍ଥ ଥିଲା ସ୍ବିଜରଲାଣ୍ଡ, ଜଙ୍ଗଲରେ ପଶୁ ଶିକାର କରିବା । କଲେଜ ଅଧ୍ୟୟନ କାଳରେ ସେ ଜାଣିବାକୁ ପାଇଥିଲେ ଯେ ସ୍ଥିଜରଲାଣ୍ଡର ଜଙ୍ଗଲ ଅତ୍ୟନ୍ତ ଭୟଙ୍କର ଏବଂ ସେଠାରେ ଶିକାର କରିବା ଏକ ପରମ ବୀରୋଚିତ କାର୍ଯ୍ୟ । ବିଶେଷ ଦକ୍ଷତା ନଥିଲେ ସେହିଭଳି ପଦେପଦେ ବିପଦ ସଂକୂଳ ଅରଣ୍ୟରେ ପାଦଦେବା ଅସମ୍ଭବ । ସେବେଠାରୁ