ପୃଷ୍ଠା:Chha mana atha guntha.pdf/୧୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ୍ରୟୋବିଂଶ ପରିଚ୍ଛେଦ

କର୍ମଫଳ :

ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା, ନୁହେଁ, ଗଣ୍ତଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟ ଠାରେ ତୁଚ୍ଛା ବାଲି । ସେହିପରି ଟାଣୁଆ ବଢ଼ିହେଲେ ତୋଠ ଯାଏ ପାଣିଯାଏ । ଦଶ ବାର ଦିନ ହେଲା ସେହିପରି ବର୍ଷା ନ ଥିବାରୁ ନଦୀଟା ଛାଡ଼ିଥିଲା, ଗଲା ପରଦି ଓପର ଓତିଠାରୁ ଅଳ୍ପ ଅଲ୍ପ ପାଣି ପଡୁଅଛି, ମେଞ୍ଚା ମେଞ୍ଚା ଫେଣ ଧାଡ଼ି ଧାଡ଼ି ହୋଇ ଭାସିଯାଉଛି । କୌଣସି କୌଣସି ସ୍ଥାନରେ ପାଣିକଖାରୁ ପରି ଫେଣ ଟାଏ ଭଉଁରୀରେ ପଡ଼ି ଭାଙ୍ଗି ଟିକି ଟିକି ହୋଇଯାଉଛି । କାଠିକୁଟା କେତେ ଭାସିଯାଉଅଛି ଠିକଣା ନାହିଁ । ଗଣ୍ତଜାଗା ଥିବାରୁ ଏଠାରୁ ଗୋମୁଁହା କୁମ୍ଭୀରର ଉପଦ୍ରବ ଭାରି, ଦଢ଼ିଆଣି, ପଣ ଘଡ଼ିଆଳ ତ ପଣ । ଏଠାରେ ଭରସି ଆଣ୍ଠୁ ଆଣି ପାଣିରୁ କେହି ବେଶି ପାଣିକି ଯାଇପାରେ ନାହିଁ । ପୁଣି ନୂଆ ପାଣି ପଡ଼ିଲେ କୁମ୍ଭୀର ଗୁଡ଼ିକ ଭାରି ମାତନ୍ତି । ନୂଆ ବଢ଼ିକି ପରତେ ନାହିଁ, ଫେଣରେ କୁମ୍ଭୀର ଗୁଡ଼ିକ ଭାରି ମାତନ୍ତି । ନୂଆ ବଢ଼ିକି ପରତେ ନାହିଁ, ଫେଣରେ କୁମ୍ଭୀର ଖାଏ । 'ତୋଠରେ ଦିନରାତି ଖଣ୍ତିଏ ଡଙ୍ଗା ବନ୍ଧା ହୋଇଥାଏ; ଗାଉଁଲୀ ଲୋକେ, ହାଟୁଆ ଲୋକେ ପାରିହୁଅନ୍ତି । ସରକାରୀ ଡାକ ପାରିକରିବା ସକାଶେ ନାଉରୀ ଦିନରାତି ପଲାମାରି ଜଗିଥାଏ, ସରକାରରୁ ମାସକୁ ଦୁଇଟଙ୍କା ଦରମା ପାଏ । ଗାଉଁଲୀ ଲୋକେ ନଗଦ କିଛି ଦିଅନ୍ତି ନାହିଁ, ପୁଷମାସ ଧାନ କଟା ସମୟରେ ନାଉରୀ ବିଲ ବିଲ ବୁଲି ପ୍ରତି ଘରୁ ଗୋଟିଏ ଗୋଟିଏ ହଳା ଅସୁଲ କରେ । ହାଟପାଳି ଦିନ ବାଟୁଆମାନେ କେହି ପିତାଶୁଖୁଆ ପୁଞ୍ଜାଏ, କେହି ବାଇଗଣ ଯୋଡ଼ାଏ, କେହି ଲୁଣ ଚିମୁଟେ, କେହି ତେଲ ଦିଟୋପା ଦେଇଯାଏ । କୌଣସି କୌଣସି ଦିନ ବଡ଼ ବଡ଼ ମହାଜନ ଅଚିହ୍ନା ବାଟୋଇ ପହଞ୍ଚିଗଲେ ପଇସାଏ ଅଧଲାଏ ଖଜାଖିଆ ଦେଇଯାନ୍ତି । ଦେଶ କାଳ ପାତ୍ର ଘେନି ଏହି ଲାଭ ଊଣା ଅଧିକ ହୁଏ; ମାତ୍ର ସରକାରୀ ମନୁଷ୍ୟ ଅର୍ଥାତ୍ ଥାନାଦାରୋଗା, ମୁନିସି, କାନ ଗୋଇ ପାର ହେବାଦିନ କାନମୋଡ଼ାଟା, ଚାପୁଡ଼ାଟା, ଗାଳିଟି କେଭେ ଉଣା ହୁଏ ନାହିଁ । କେଉଟ ଚାନ୍ଦିଆ ବେହେରା କହେ, ଏହି ଘାଟ ବହି ତା ଦିହକ