ପୃଷ୍ଠା:Malunira Fula O Anyanya Galpa.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାମ ଓ ବେଙ୍ଗ

ବନବାସ ବେଳେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବରରେ ଗାଧୋଇବାକୁ ଗଲେ । ପମ୍ପା ସରୋବର ଏକ ସୁନ୍ଦର ହ୍ରଦ ଥିଲା ଓ ତା'ଭିତରେ ଓ କୂଳରେ ବହୁ ଜୀବଜନ୍ତୁ ରହୁଥିଲେ ।


ରାମ ଲକ୍ଷ୍ମଣଙ୍କୁ କହିଲେ, ଧନୁଟାକୁ କୂଳରେ ରଖି ଦେଇ ଗାଧୋଇବାକୁ ଯିବା । ସେ ନିଜ ଧନୁକୁ କୂଳରେ ରଖିଦେଇ ସରୋବରରେ ସ୍ନାନ କଲେ । ସ୍ନାନ ସାରି ଫେରି ଧନୁଟାକୁ ଉଠାଇ ଦେଖିବା ବେଳକୁ ଦେଖିଲେ ଗୋଟାଏ ବେଙ୍ଗ ରକ୍ତସ୍ନାନ ହୋଇ ପଡ଼ିରହିଚି ।

ରାମ ବେଙ୍ଗକୁ ପଚାରିଲେ, ""ଧନୁହୁଳାଟା ଚାପି ହେବା ଫଳରେ ତୋର ଏ ଅବସ୍ଥା ହେଲା । ତୋତେ କଷ୍ଟ ହେବାବେଳେ ତୁ ତ କେଁ କେଁ ବୋବାଳି ପକାଇବା କଥା । ତୁ ଚୁପ୍ ହୋଇ ଏଡେ଼ କଷ୍ଟରେ ପଡ଼ି ରହିଚୁ ଯେ !

ବେଙ୍ଗ କହିଲା, ""ରାମ, ଜୀବମାନେ ଯେତେବେଳେ ବିପଦରେ ପଡ଼ନ୍ତି, ଦୁଃଖ କଷ୍ଟ ପା'ନ୍ତି, ସେତେବେଳେ ସେଥିରୁ ରକ୍ଷା ପାଇବାପାଇଁ ତୁମର ନାଁ ଧରି ଡାକନ୍ତି । କିନ୍ତୁ ତୁମେ ମୋତେ ନିଜେ ଯେତେବେଳେ ଚାପି ଦେଲ, ମୁଁ କାହାକୁ ଡାକିବି? କିଏ ମୋ' ଗୁହାରି ଶୁଣିବ ? ତେଣୁ କଷ୍ଟ ଭୋଗ କରି ଚୁପ୍ ହୋଇ ପଡ଼ି ରହିବା ଛଡ଼ା ମୋର ଉପାୟ ନ ଥିଲା ।