ପୃଷ୍ଠା:Arkakshetra konark.pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅଥଚ ଖାଲି ଯୁଦ୍ଧଘୋଡା ଦୁଇଟି ନୁହେଁ, ମନ୍ଦିର ସମ୍ମୁଖର ସପ୍ତାଶ୍ୱ ମଧ୍ୟ ଚାର୍ଲସ୍‍ ଫାବ୍ରିଙ୍କର ବିରୂପ ମନ୍ତବ୍ୟର ଶିକାର ହୋଇଛି । ତାଙ୍କ ମତରେ,'The seven horses are as unnatural and ill-drawn as the large horses in front of the Sun Temple, except that those on the temple are ludicrously small in size (242).

[[ଫାଇଲ:|423px|page=136]]

ହଙ୍ଗେରୀରେ ଜନ୍ମିତ ଫାବି୍ର ଜୀବନର ଅର୍ଦ୍ଧାଧିକ ଭାରତରେ କଟେଇଛନ୍ତି ଏବଂ ଜଣେ ପ୍ରଖ୍ୟାତ Indologist ରୂପେ ପରିଚିତ । ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ଇତିହାସ ଉନ୍ମୋଚନରେ ଫାବି୍ରଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ତଥାପି ମନେ ହୁଏ, ହିନ୍ଦୁ ମନ୍ଦିରର ହିନ୍ଦୁ ଦାର୍ଶିକତା ଫାବି୍ର ବୁଝି ପାରି ନାହାନ୍ତି ଏବଂ ଶେଷ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଶିଳ୍ପଚିନ୍ତାର ଛାପ ତାଙ୍କ ମନ ଭିତରେ ରହି ଯାଇଛି । ଏଥେନ୍‍ସର ରଥ ଓ ଘୋଡ଼ା ଅବଶ୍ୟ ଆନୁପାତିକ ହୁଅନ୍ତା; ତେବେ ଏଥେନ୍‍ସର ମଧ୍ୟଯୁଗୀୟ ରଥ କ'ଣ କେବେ ୨୨୮ ଫୁଟ୍‍ ଉଚ୍ଚ ହୁଅନ୍ତା ? ବାସ୍ତବତାର ଆଦର୍ଶରେ ସପ୍ତ ଅଶ୍ୱ ଗଢ଼ା ହେଲେ ସେଗୁଡ଼ିକ ଅନୂ୍ୟନ ୫୦ ଫୁଟ ଉଚ୍ଚ ହୁଅନ୍ତା ଏବଂ ସୃଷ୍ଟି ହୁଅନ୍ତା ଏକ କିମ୍ଭୂତ କିମାକାର ବସ୍ତୁ । ଏଡେ଼ ବିଶାଳ ରଥ ଟାଣିବାକୁ କ'ଣ ମାତ୍ର Seven Horse Power ଦରକାର ପଡ଼ନ୍ତା !!

[[ଫାଇଲ:|423px|page=136]]
ଫଟୋ-୨୪(କ,ଖ) : ଯୁଦ୍ଧଅଶ୍ୱ

କୋଣାର୍କ ଶିଳ୍ପୀ ଗୋଟିଏ ପ୍ରତୀକାତ୍ମକ ଶିଳ୍ପ ସୃଷ୍ଟି କରିଛି । ଜୀବନ ରଥ ଗଡ଼ି ଚାଲିଛି ସୌର ଶକ୍ତିର ବିଚ୍ଛୁରଣରେ ଏବଂ ସେ ବିଚ୍ଛୁରଣ ଅନେକ ସମୟରେ ଅଦୃଶ୍ୟ । ପ୍ରତିସରିତ ସପ୍ତରଙ୍ଗ ହୁଏତ ଦେଖାଯାଏ ନାହିଁ କିନ୍ତୁ ତାହା ଦୁଇ ପଟେ ଥିବା ଅଦୃଶ୍ୟ ଅଧିପାଟନ (Ultra - Violet) ଓ ଅବଲୋହିତ (Infra-Red) ରଶ୍ମି ଅଦୃଶ୍ୟ ହୋଇ ମଧ୍ୟ ପ୍ରବଳ ପ୍ରତାପୀ । ଏଠାରେ ଫିତା ମାପରେ ସେ ଶକ୍ତିର ପରିମାପ ହୋଇ ପାରିବ ନାହିଁ । ଯୁଦ୍ଧ ଅଶ୍ୱ ଦୁଇଟି ସମ୍ବନ୍ଧରେ ଫାବି୍ରଙ୍କର ଗୋଟିଏ ଉକ୍ତି ଅସାବଧାନତା ବଶତଃ ଅଥବା ଛାପାଖାନାର ଭୁଲ୍‍ କହି ହେବନାହିଁ କିନ୍ତୁ ଅଶ୍ୱଦ୍ୱୟ କେବେହେଲେ

ମନ୍ଦିର ସମ୍ମୁଖରେ ନଥିଲେ । ବିଶାଳ ଘୋଡ଼ା ଦୁଇଟି ଥିଲେ ଦକ୍ଷିଣରେ ଓ ହସ୍ତୀଦ୍ୱୟ ଉତ୍ତରରେ । ୧୯୮୨-୮୩ର ସଂରକ୍ଷଣ କାର୍ଯ୍ୟରେ ସେଗୁଡ଼ିକ

୧୩୬ . ଅର୍କକ୍ଷେତ୍ର କୋଣାର୍କ