ପୃଷ୍ଠା:Arkakshetra konark.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରଣ ହସ୍ତୀ :

ଉତ୍ତର ଦିଗରେ ରଖା ଯାଇଥିବା ଦୁଇଟି ରଣହସ୍ତୀର ଶିଳ୍ପ କର୍ମ ପ୍ରଶଂସାରେ ବହୁ ଶିଳ୍ପ ସମାଲୋଚକ ପଞ୍ଚମୁଖ । ଗୋଟିଏ ତଥ୍ୟ କିନ୍ତୁ ଅନେକଙ୍କୁ ଅଜଣା, ଯାହା ହସ୍ତୀର ଚରିତ୍ରରେ ଗୋଟିଏ ଭି୍ନ ମାତ୍ରା ଯୋଗ କରୁଛି ।

[[ଫାଇଲ:|423px|page=137]]

ମାଦଳା ପାଞ୍ଜିରେ ପ୍ରଥମ ନରସିଂହଦେବଙ୍କର ୬ ନମ୍ବର ବିଡ଼ାରେ ଲକ୍ଷ୍ନୌର ମୁସଲମାନ ନବାବଙ୍କ ବିରୁଦ୍ଧରେ ଚାରିବର୍ଷ ଯୁଦ୍ଧ କଥା ଲିପିବଦ୍ଧ ଅଛି (୨୪୪)। ଥରେ ଯୁଦ୍ଧ କ୍ଷେତ୍ରରେ ଆହତ ଓ ଅଜ୍ଞାନ ହୋଇ ନରସିଂହଦେବ ତଳେ ପଡ଼ି ଯାଆନ୍ତି । ତାଙ୍କର ପ୍ରିୟ ଦୁଇଟି ଗୁଣ୍ଠୁଣି ହାତୀ ମଧ୍ୟରୁ ସୁଦେହୀ ତାଙ୍କ ଅଚେତ୍‍ ଦେହ ଶୁଣ୍ଢରେ ତୋଳି ନେଇ ନିରାପଦ ସ୍ଥାନକୁ ଚାଲିଗଲା ଏବଂ ରାଜାଙ୍କ ପ୍ରାଣ ରକ୍ଷା ହେଲା । କୃତଜ୍ଞ ମହାରାଜ ସବୁବେଳେ ହାତୀଟିକୁ ପୁତ୍ରବତ୍‍ ସ୍ନେହ କରୁଥିଲେ ଏବଂ ତାହାର ପରିଚର୍ଯ୍ୟା ପାଇଁ ଦଶଜଣ ସେବକ ନିଯୁକ୍ତ କରିଥିଲେ । ଯେତେବେଳେ ପଦ୍ମକ୍ଷେତ୍ର ଦେଉଳ ତୋଳା ହେଲା, ରାଜା ହାତୀ ଦୁଇଟିକୁ ଗଢ଼ି ଦେଇ ସୁଦେହୀକୁ ଅମର କରିଦେଲେ ।

[[ଫାଇଲ:|423px|page=137]]
ଫଟୋ-୨୫(କ,ଖ) : ରଣହସ୍ତୀ

ଏ ଘଟଣାର ସମର୍ଥ ମିଳୁଛି ବାୟାଚକଡାର ପତ୍ର ନଂ. ନ୍ଥନ୍ଥନ୍ଥଷନ୍ଥ(୯) ରେ । "ଗଙ୍ଗା ମହାପାତ୍ର ହାତୀ ଗୋଟିଏ ଗଢ଼ିବା ଆରମ୍ଭ କରିଥିଲେ । ମହାରାଜଙ୍କର ପସନ୍ଦ ହେଲା ନାହିଁ । ସେ ଚାହିଁଲେ ତାଙ୍କର ଗୁଣ୍ଠୁଣି ହାତୀ ଭଳି ହେବ । ନୂତନ କରି କାର୍ଯ୍ୟ ଆରମ୍ଭ ହେଲା ଏବଂ ସୁଦେହୀ ଅମର ହୋଇଗଲା ।(୨୪୫)

ହାତୀ ଓଡ଼ିଶାର "ଜାତୀୟ ପଶୁ'ର ମାନ୍ୟତା ପାଇବା ଉଚିତ୍‍ । ଓଡ଼ିଶା ହସ୍ତୀବହୁଳ ଦେଶ । ମହାଭାରତ ଯୁଦ୍ଧକୁ କଳିଙ୍ଗରୁ ହସ୍ତୀବାହିୀ ଯାଇଥିବା କଥା "ମହାଭାରତ'ରେ ଅଛି । ହାତୀର ଯୂଥବଦ୍ଧତା, ରାଜକୀୟ ଚାଲିଚଳଣ ଏବଂ ମଣିଷ ସମାଜର ନାନା ଦୁଃସାଧ୍ୟ କାର୍ଯ୍ୟର ସହାୟ, ହାତୀ । ହାତୀ ନଥିଲେ ବଡ଼ ବଡ଼ ପଥର କୋଣାର୍କ ଦେଉଳ ଉପରକୁ ଉଠିପାରନ୍ତା ନାହିଁ । କୋଣାର୍କ ଶିଳ୍ପୀର ଭାରି ପି୍ରୟ ବସ୍ତୁ ହାତୀ, ତେଣୁ ତାହାର ସ୍ଥାନ, ସର୍ବିମ୍ନରେ ଉପନ ଠାରୁ ସର୍ବୋଚ୍ଚ ସ୍ଥାନ

ପୀଢ଼ ବନ୍ଧନୀରେ ।

ଅର୍କକ୍ଷେତ୍ର କୋଣାର୍କ . ୧୩୩