ପୃଷ୍ଠା:Asha Tara Dekhiba.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆକାଶ ବିଚିତ୍ରା

ରାତି ଆକାଶରେ ତାରା ଛାଇ ଯିବାଟା ସମସ୍ତେ ଦେଖନ୍ତି । ଅନେକ ରଙ୍ଗ, ଆକାର ଓ ଉଜ୍ଜ୍ୱତାର ତାରା । ଏ ସବୁକୁ ଦେଖି ଚିହ୍ନିବା, ତାଙ୍କ ଦଳର ଅନ୍ୟ ସାଥିକୁ ଖୋଜି ଆକୃତି ଯୋଡ଼ିବା ବେଶ୍ ମଜାର କଥା । କିଏ କେବେ କେଉଁଠି ଦେଖାଯିବ ସେ କଥା ବି ଧୀରେ ଧୀରେ ଜଣା ପଡ଼ିଯିବ । ଖାଲି ଆଖିରେ ଦେଖି ହେଊଥିବା ତାରାମାନଙ୍କୁ ଭଲ ଭାବରେ ଚିହ୍ନି ଗଲା ପରେ ଆହୁରି କ୍ଷୀଣ ତାରାଙ୍କ ଆଡକୁ ମୁହାଁଇ ହେବ । ଏଥିପାଇଁ ବାଇନାକୁଲାର ବା ଦୂରବୀକ୍ଷଣ ଯନ୍ତ୍ର ଦରକାର ପଡ଼ିବ ।

ଏହି ତାରାମାନଂକ ଭିତରେ ଆମେ କିଛି ଅଲଗା ଘଟଣା ବା ଜିନିଷ ମଧ୍ୟ ଦେଖି ପାରିବା । ଏଥିରୁ କିଛି ତାରାଙ୍କ ଭଳି ନିଜ ନିଜ ଜାଗାରେ ସ୍ଥିର ହୋଇ ରହିଥାନ୍ତି । ଆଊ କିଛି ବର୍ଷକୁ ବର୍ଷ ଅଲଗା ଅଲଗା ଜାଗାରେ ଆସନ୍ତି । କିଏ ଥରେ ଦେଖାଦେଇ ବର୍ଷ ବର୍ଷ ପାଇଁ ଉଭେଇ ଯାଏ । ଆଉ କିଏ ହଠାତ୍ ଆସେ ଓ କେତେ ସେକେଣ୍ଡ ପରେ ଭୁଲିଯାଏ । ଏମାନଙ୍କର ଆକାର ଓ ଗୁଣ ମଧ୍ୟ ଅନେକ ପ୍ରକାରର ହୋଇଥାଏ । କିଏ ଝାପ୍‌ସା ମେଘ ଖଣ୍ଡ ଭଳି ଦେଖା ଯାଏ ତ କିଏ ତାରା ମେଞ୍ଚାଏ ଭଳି ଜଣାପଡ଼େ । କାହାର ଆଲୁଅ କମ୍ ବେଶୀ ହେଊଥାଏ ।

         ରାତି ଆକାଶର ଏହି ବିଶେଷ ଆକର୍ଷଣ ଭିତରେ ମୁଖ୍ୟ ହେଲେ:

୧। ଯୁଗ୍ମ ତାରା (ଡବଲ୍) ଓ ବ‌ହୁ ତାରା ( ମଲ୍ଟିପଲ୍ ଷ୍ଟାର ) ୨। ତାରା ପୁଞ୍ଜ (କ୍ଲଷ୍ଟର) ୩। ନେବୁଲା ଓ ନୀହାରିକା ( ନେବୁଲା ଓ ଗାଲାକ୍ସି) ୪। ଅସ୍ଥିର ତାରା ( ଭାରିଏବଲ୍ ଷ୍ଟାର)

୧। ଯୁଗ୍ମ ତାରା ଓ ବ‌ହୁ ତାରା ମେଳ: ଆକାଶରେ କେତେ ତାରା ନିଜ ନିଜର ଅତି ପାଖରେ ଥିବାରୁ ସେମାନଂକୁ ଅଲଗା ବାରିବା

[[ଫାଇଲ:|359px|page=39]]
                 ୩୮