ପୃଷ୍ଠା:Asha Tara Dekhiba.pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|357px|page=103]]

ରାତି ଆକାଶରେ ମଙ୍ଗଳ,ବୃହସ୍ପତି ଓ ଶନିଙ୍କୁ ଖୋଜି ପାଇବା ପରେ ତାଙ୍କର ଆନେକ ବିଶେଷତା ଲକ୍ଷ୍ୟ କରି ହେବ । ଖାଲି ଆଖିରେ ମଙ୍ଗଳ ଓ ଶନି ଲାଲ ଦେଖା ଯଆନ୍ତି । କିନ୍ତୁ ବୃହସ୍ପତି ତୋଫା ଧଳ। ଦେଖା ଯାଏ । ପ୍ରତି ୨ ବର୍ଷରେ ମଙ୍ଗଳ ଗ୍ରହ ପୃଥିବୀର ପାଖକୁ ଆସେ । ଦୂରତା କମିବା ସହିତ ସୂର୍ଯ୍ୟ ସହିତ ବିଯୋଗ ଅବସ୍ଥାରେ ଥିବାରୁ ଏହା ବେଶ୍ ବଡ ଓ ଉଜଳ ଦେଖା ଯାଏ ।

[[ଫାଇଲ:|357px|page=103]]

ପ୍ରତି ୧୫ରୁ ୧୭ ବର୍ଷରେ ଥରେ ମଙ୍ଗଳ ପୃଥିବୀର ନିକଟତମ ଅବସ୍ଥାକୁ ଆସେ । ୧୯୮୮ ସେପ୍ଟେମ୍ବର ୨୮ ରେ ଏହ। ଘଟିଥିଲ।-ପୁଣି ଆସିବ ୨୦୦୩ ଅଗଷ୍ଟ ୨୭ ଦିନ । ନିକଟତମ ଅବସ୍ଥାରେ ତା'ର ପ୍ରତୀତ ବ୍ୟାସ ହୁଏ ୨୫ ବିକଳ। (ସେକେଣ୍ଡ କୋଣ) ଏବଂ ଦୂରତମ ଅବସ୍ଥାରେ ୩.୫ ବିକଳା । ଏହାର ଦୁଇ ଛୋଟ ଉପଗ୍ରହ ବା ଗ୍ରହ ଉପରର ଅବସ୍ଥା ଦେଖିବା ପାଇଁ ବେଶ୍ ବଡ ଦୂରବୀକ୍ଷଣ ଯନ୍ତ୍ର ଦରକାର ହୁଏ । ମଧ୍ୟମ ଶକ୍ତିର ଦୂରବୀକ୍ଷଣ ଯନ୍ତ୍ରରେ ମଙ୍ଗଳ ଗ୍ରହର ମେରୁ ଅଞ୍ଚଳରେ ଥିବ। ବରଫର ଟୋପି ଦେଖି ହୁଏ ।

ଗ୍ରହରାଜ ବୃହସ୍ପତିର ଆକାର ଓ ଉଜଳତା ଯୋଗୁଁ ତାକୁ ସହଜରେ ଦେଖି ହୁଏ । ଛୋଟରୁ ମଧ୍ୟମ ଶକ୍ତିର ଦୂରବୀକ୍ଷଣ ଯନ୍ତ୍ରରେ ତା’ର ବାଦଲର କଳା ଧଳା ପଟି ଜଣା ପଡେ ଓ ଚାରୋଟି ଉପଗ୍ରହ–ଗ୍ରହଠାରୁ ଦୂରତା କ୍ରମରେ ଇଓ, ୟୁରୋପା, ଗାନିମିଡ଼୍ ଓ କାଲିଷ୍ଟୋ ବେଶ୍ ଜୋରରେ ଘୂରୁଥା’ନ୍ତି । ତେଣୁ ରାତିକ ଭିତରେ ତାଙ୍କର ସ୍ଥାନ ବଦଳିବା ଦେଖିହୁଏ । ମଧ୍ୟମ ଶକ୍ତିର ଦୂରବୀକ୍ଷଣ ଯନ୍ତ୍ରରେ ବୃହସ୍ପତିର ବିରାଟ ଲାଲ ଦାଗ ଦେଖି ହୁଏ । କେତେ ଦିନ ଧରି ଏହାକୁ ଲକ୍ଷ୍ୟ କଲେ ବୃହସ୍ପତିର ଆବର୍ତ୍ତନ କଥା ଜାଣି ହୁଏ ।