ପୃଷ୍ଠା:Asha Tara Dekhiba.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ମୁଖ୍ୟ ମଣ୍ତଳ ଓ ପ୍ରଧାନ ତାରା (କ୍ରମ, ନାମ ଓ ଦୀପ୍ତି)
(ସାରଣୀ କ୍ରମାଙ୍କ) ଓ ଅନ୍ୟ ଆକର୍ଷଣ
ଭୂତେଶ (୫୧) କ-ସ୍ୱାତୀ ଚ-ଯୁଗ୍ମ ତାରା
କନ୍ୟା (୪୮) କ-ଚିତ୍ରା
ତୁଳା(୫୨) କ-ବିଶାଖା ନକ୍ଷତ୍ର (ଯୁବେନ୍-ଏଲ୍-ଗେନୁବି) ୨.୯
ହସ୍ତା (୪୩) ଗ-ମଧ୍ୟମା ଗିଏନା ୨.୮
ମହିଷାସୁର (୪୯) କ-ଜୟ ଯୁଗ୍ମ ତାରା ଖ-ବିଜୟ ର ବର୍ତ୍ତୁଳ ପୁଞ୍ଜ
ତ୍ରିଶଙ୍କୁ (୪୪) କ-ବିଶ୍ୱାମିତ୍ର ବ‌ହୁତାରା ଖ-ସତ୍ୟବ୍ରତ
ଠ ବିକ୍ଷିପ୍ତ ପୁଞ୍ଜ
ଛାୟାପଥ ଦକ୍ଷିଣ ଦିଗ୍‌ବଳୟ ଓ ଦକ୍ଷିଣ-ପୂର୍ବ କୋଣ

ଗ୍ରୀଷ୍ମ ସନ୍ଧ୍ୟାର ଲମ୍ବା ଗୋଧୂଳି ସରିଲା ବେଳକୁ ଉତ୍ତର ଆକାଶରେ ସପ୍ତର୍ଷିର ତାରାଗୁଡ଼ିକ ଜାଣି ହୋଇଯିବ । ତା'ର ବଙ୍କୁଲା ଲାଞ୍ଜଟିକୁ ପୂର୍ବକୁ ବଢାଇଲେ ତାହା ପ୍ରଥମେ ଭୂତେଶ ମଣ୍ଡଳର ଲାଲ ତାରା ସ୍ୱାତୀ ଓ ପରେ କନ୍ୟା ମଣ୍ଡଳର ଧଳା ତାର। ଚିତ୍ରାକୁ ଭେଟିବ । ପ୍ରଥମ ବର୍ଗର ଏହି ଉଜଳ ତାରା ଦୁଇରୁ ଆରମ୍ଭ କରି ଭୂତେଶ ଓ କନ୍ୟା ମଣ୍ଡଳକୁ ଚିହ୍ନି ହେବ ।

ତାର। ଚିତ୍ରା ଆଗରୁ ବସନ୍ତ ଋତୁର ସଙ୍କେତ ଥିଲା । ସୂର୍ଯ୍ୟର ଉତ୍ତରାୟଣ ଗତିର ଆରମ୍ଭ (ମାର୍ଚ୍ଚ ୨୨) ଦିନ ଏହା ଠିକ୍ ସୂର୍ଯ୍ୟାସ୍ତ ସମୟରେ ଉଦୟ ହେଉଥିଲା । ଏବେ ଏହା ଏପ୍ରିଲ ୧୪ (ପଣା ସଂକ୍ରାନ୍ତି) ବେଳକୁ ସନ୍ଧ୍ୟାରେ ଉଦୟ ହେଉଛି । ତାରା ସ୍ୱାତୀ ଆଗରୁ କ୍ରାନ୍ତି ପଥ ପାଖରେ ଥିଲା । କିନ୍ତୁ ଏହାର ଗତି ଖୁବ୍ ଅଧିକ- ତେଣୁ ଗଲା କେତେ ହଜାର ବର୍ଷ ଭିତରେ ତା’ର ସ୍ଥାନ ବଦଳିବା କଥା ଜଣା ପଡି ଯାଇଛି । ସ୍ୱାତୀର ଅଳ୍ପ ଉତ୍ତର-ପୂର୍ବକୁ ରହିଛି ଭୂତେଶ ମଣ୍ଡଳର ଆଉ ଗୋଟିଏ ଛୋଟିଆ ଲାଲ ତାରା । ଏହି ତାରା ଚ ଇଜାରକୁ କେହି କେହି ଆକାଶର ସୁନ୍ଦରତମ ତାରା ବୋଲି ଭାବନ୍ତି । ତେଣୁ ତା'ର ଆଉ ଗୋଟିଏ ନାଁ ରହିଛି ପୁଲ୍‌ବେରିମା ।