ପୃଷ୍ଠା:Asha Tara Dekhiba.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଶୀତ ଆକାଶର ଉଜଳତା କେବଳ ମଝି ଆକାଶରେ ନ ଥାଏ । ଲୁବ୍ଧକର ଦକ୍ଷିଣକୁ ପ୍ରାୟ ଦିଗ୍‌ବଳୟ ପାଖରେ ଦେଖାଯାଏ ଆକାଶର ଦ୍ୱିତୀୟ ଉଜଳତମ ତାରା ଅଗସ୍ତ୍ୟ । ନୌକାତଳ ମଣ୍ଡଳର ଅନ୍ୟ ତାରାଗୁଡିକ ଖୁବ୍ କ୍ଷୀଣ । ତେଣୁ ଅଗସ୍ତ୍ୟ ଏକାଟିଆ ଥିଲା ଭଳି ମନେ ହୁଏ । ପ୍ରାୟ ୧୨,୦୦୦ ବର୍ଷ ତଳେ ଏହି ତାରା ଖଗୋଳ ଦକ୍ଷିଣ ମେରୁ ଉପରେ ଦକ୍ଷିଣ-ଧ୍ରୁବ ତାରା ଭାବରେ ରହିଥିଲା । ଏବେ ବି ଏହା ମହାକାଶରେ ବାଟ କଢାଇବା କାମ କରୁଛି । ସୌରଜଗତର ଗ୍ରହମାନଙ୍କ ପାଖକୁ ଯାଉଥିବା ମହାକାଶଯାନଗୁଡିକ ଏହାକୁ ଦିଗବାରେଣୀ ଭାବରେ ବ୍ୟବହାର କରନ୍ତି ।