ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମେସିଅର୍ କ୍ରମାଙ୍କ ବା ଅନ୍ୟ ନାମ | ତାରକା ମଣ୍ତଳ | ବର୍ଣ୍ଣନା | ପ୍ରତୀତ ଦୀପ୍ତି | ବ୍ୟାପ୍ତି | ମାନଚିତ୍ର ପୃଷ୍ଠା |
---|---|---|---|---|---|
୧୦. ମ ୩୪ | ଯଯାତି | ବି.ପୁ. | ୫.୫ | ୩୦' | ୯୪ |
୧୧. ମ ୪୧ | ମୃଗବ୍ୟାଧ | ବ.ପୁ. | ୫ | ୩୦' | ୬୮ |
୧୨. ମ ୪୨(ଓରାୟନ୍ ନେବୁଲା) | କାଳପୁରୁଷ | ନେ. | ୪ | ୩୦'x୧୦'(କେନ୍ଦ୍ର) | ୬୮ |
୧୩. ମ ୪୪(ପୁଷ୍ୟା/ବି ହାଇଭ) | କର୍କଟ | ବି.ପୁ. | ୪ | ୧୦ | ୭୪ |
୧୪. ମ ୪୫ (କୃତ୍ତିକା/ପ୍ଲାଏଡ଼େସ୍) | ବୃଷ | ବି.ପୁ. | ୧.୫ | ୨୦ | ୬୮ |
୧୫. ମ ୫୩ | କୃଷ୍ଣାବେଣୀ | ବ.ପୁ. | ୭.୬ | ୩.୫' | -- |
୧୬. ମ ୫୪ | ଧନୁ | ବ.ପୁ. | ୭.୫ | ୪' | ୮୨ |
୧୭. ମ ୮୧ | ସପ୍ତର୍ଷି | ନୀ. | ୮ | ୧୦'x୭' | ୭୪ |
୧୮. ମ ୮୨ | ସପ୍ତର୍ଷି | ନୀ. | ୯ | ୮'x୨' | ୭୪ |
୧୯. ଯଯାତି-ଏବ୍(h) ଓ ଭ | ଯଯାତି | ବି.ପୁ. | ୪ | ୪୫' | ୯୪ |
୨୦.ମହିଷାସୁର-ର | ମହିଷାସୁର-ର | ବ.ପୁ. | ୩.୫ | ୩୦' | ୭୮ |
୨୧. ତ୍ରିଶଙ୍କୁ-ଠ(ମୋତି) | ତ୍ରିଶଙ୍କୁ | ବି.ପୁ. | ୬ | ୧୦' | ୭୮ |
ରାତି ଆକାଶର ଝାପ୍ସା ଦୃଶ୍ୟ ଭିତରେ ମୁଖ୍ୟ ହେଉଛି ଛାୟାପଥ । ଋତୁ ଅନୁସାରେ ଏହା ଗୋଟିଏ ସରୁ ପଟି ଆକାଶରେ ଅଲଗା ଅଲଗା ଦିଗରେ ଲମ୍ବି ରହିଥାଏ (ପୃଷ୍ଠା ) । ଛାୟାପଥ ନୀହାରିକାର ଦୁଇଟି ଛୋଟ ଅଲଗା ଖଣ୍ତ ଦକ୍ଷିଣ ମେରୁ ପାଖରେ ଦେଖାଯାଏ । ଏହି ଦୁଇଟି ବଡ଼ ଓ ଛୋଟ ମାଗେଲାନ୍ ମେଘ (ମାଗେଲାନିକ୍ କ୍ଲାଉଡ଼୍) ନାଁରେ ଜଣା । ଓଡ଼ିଶା ଅଞ୍ଚଳରୁ ଏହାଙ୍କୁ ଦେଖି ହୁଏନାହିଁ ।