ପୃଷ୍ଠା:Asha Tara Dekhiba.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଖିହେବ । ଏହାର ଉତ୍ତର-ପଶ୍ଚିମ କୋଣରେ ରହିଛି ଯୁଗ୍ମ ତାର। କ । ଏହାର ଦୁଇଟି ଯାକ ତାରା ନିଜେ ପୁଣି ଯୁଗ୍ମ– କିନ୍ତୁ ତାଙ୍କର ସାଥି ଦୁହେଁ ଖୁବ୍ କ୍ଷୀଣ । ମକର-ଖ (ଡାର୍ବି ୩.୨) ଆଉ ଗୋଟିଏ ଯୁଗ୍ମତାରା । କିନ୍ତୁ ସାଥି ଦୁହେଁ ଖୁବ୍ ଲାଗି କରି ରହିଛନ୍ତି । କୁମ୍ଭ ରାଶିର ଦୁଇ ପ୍ରଧାନ ତାରାଙ୍କୁ ମକରର ଉତ୍ତର-ପୂର୍ବ କୋଣରେ ଦେଖିହେବ । ତାରା ଖ ଆମର ସୂର୍ଯ୍ୟ ଶ୍ରେଣୀର, କିନ୍ତୁ ଆକାରରେ ଏହା ମହାଦାନବ ।

କୁମ୍ଭର ଠିକ୍ ତଳକୁ ଦକ୍ଷିଣ ମସ୍ୟ ମଣ୍ଡଳ ରହିଛି । ତା’ର ମୁଖ୍ୟ ତାରା ମତ୍ସ୍ୟମୁଖ ଛଡା ଅନ୍ୟଗୁଡିକ ସହଜରେ ବାରି ହୁଏନାହିଁ । ଏହାର ଠିକ୍ ତଳକୁ ବକ ମଣ୍ଡଳ ରହିଛି । ଏହାର ତାରାଗୁଡିକ ମଧ୍ୟମ ଉଜଳ ତାରା । ତେଣୁ ମଣ୍ଡଳର ମୋଟାମୋଟି ରୂପ ଜାଣିହୁଏ । ଏହାର ତାରା ଘ (ଦୀପ୍ତି ୪) ଖାଲି ଆଖିରେ ବାରି ହେଉଥିବା ଗୋଟିଏ ଯୁଗ୍ମ ତାରା ।

ମୋଟାମୋଟି ଦେଖିଲେ ଉତ୍ତରରୁ ଦକ୍ଷିଣ ଯାଏଁ ଶରତ ଆକାଶରେ ଉଡନ୍ତା ଜୀବଙ୍କର ସଂଖ୍ୟା ଅଧିକ । କିଏ ଶୀତରୁ ବଞ୍ଚିବା ପାଇଁ ଦକ୍ଷିଣକୁ ମୁହାଁଉଛି ତ କିଏ ବକ ଭଳି ମାଛର ପିଛା କରୁଛି ।

୯୨