ପୃଷ୍ଠା:Asha Tara Dekhiba.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା ଗୋଟିଏ ନକ୍ଷତ୍ରକୁ ଭୋଗ କରେ । ଚନ୍ଦ୍ର ପାଖରେ ଥିବା ନକ୍ଷତ୍ରର ନାଁକୁ ନେଇ ସେ ଦିନ ବା ତିଥିର ନାଁ ହୁଏ । ପୂର୍ଣ୍ଣିମୀ ଦିନ ଚନ୍ଦ୍ର ଯେଉଁ ନକ୍ଷତ୍ର ପାଖରେ ରହେ ସେହି ଅନୁସାରେ ଚାନ୍ଦ୍ର ମାସରେ ନାଁ ହୁଏ । ମଘା ନକ୍ଷତ୍ରରେ ପୂର୍ଣ୍ଣମୀ ଚନ୍ଦ୍ର ରହିଲେ ମାସର ନାଁ ହେବ ମାଘ ।


ପ୍ରତି ଚାନ୍ଦ୍ର ମାସରେ ପ୍ରାୟ ୩୦ ଦିନ ରହୁଥିବାରୁ ଏ ଭିତରେ ଚନ୍ଦ୍ର ୨୭ଟି ନକ୍ଷତ୍ରଙ୍କୁ ଥରେ ଟପି ୩ଟ ନକ୍ଷତ୍ରଙ୍କୁ ଆଉ ଥରେ ଡ଼େଇଁଯାଏ । ଚନ୍ଦ୍ର ବର୍ଷକରେ ତାରାଙ୍କ ଭିତରେ ୧୩ ଥର ବୁଲିଆସେ । ପାଞ୍ଜି ବା ଓଡ଼ିଆ କ୍ୟାଲେଣ୍ତରକୁ ଦେଖିଲେ ତିଥି ଓ ତାରିଖର ସମ୍ପର୍କ ଜାଣି ହେବ । କେଉଁ ତାରିଖରେ ଚନ୍ଦ୍ର କେଉଁ ନକ୍ଷତ୍ର ପାଖରେ ରହିବ ତାହା ଜଣା ପଡ଼ିବ । ଚନ୍ଦ୍ରକୁ ଲକ୍ଷ୍ୟ କରି ଏହି ନକ୍ଷତ୍ର ମାନଙ୍କୁ ଚିହ୍ନି ହେବ ଓ ରାଶିମାନଙ୍କ ବିଷୟରେ ଜାଣିହେବ ।