ପୃଷ୍ଠା:Aama Gangadhara.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ମତ ହେଲେ ନାହିଁ । ଏ ଘେନି ବ୍ରାହ୍ମଣସଭାରେ ଚର୍ଚ୍ଚା ହେବାବେଳେ ଗଙ୍ଗାଧରଙ୍କୁ ବି ଅପମାନିତ କରାଗଲା ।

କବିର ଜୀବନ ସାଥିରେ ସାଧୁର ଜୀବନ ପାଇଁ ନନ୍ଦକିଶୋର ବଳ ପ୍ରାର୍ଥନା କରୁଥିଲେ ଅନ୍ତର୍ଯ୍ୟାମୀ, ପତିତପାବନଙ୍କୁ । (କବିର ପ୍ରାର୍ଥନା) ଗଙ୍ଗାଧର କିନ୍ତୁ ପ୍ରଥମେ ସାଧୁ, ପରେ କବି । ପିଲାଟିବେଳରୁ ଧୀରସ୍ଥିର ଓ ଅଧ୍ୟାତ୍ମ୍ୟମୁଖୀ । ସେଥିପାଇଁ ଜନକଲ୍ୟାଣ ପାଇଁ ଗଢ଼ାଯାଇଥିବା ସମିତିର ନାଁ ସେ ରଖିଥିଲେ 'ସାଧୁ ସମିତି' । ଗାନ୍ଧିଜୀଙ୍କ ଅହିଂସା ନୀତିର ଅନୁସରଣରେ ଗଙ୍ଗାଧର ବୋଧହୁଏ ନିଜ ଜୀବନକୁ ଗଢ଼ିବାକୁ ସାଧନା କରୁଥିଲେ । ଲୋକଙ୍କ ସଙ୍କଟ କାଳରେ, ନା ସେ ସୁଧାରି ପାରିଲେ ଜମିଦାରଙ୍କୁ ନା ଲୋକମାନଙ୍କୁ କରିପାରିଲେ ଦୁର୍ଦ୍ଦଶାରୁ ରକ୍ଷା । ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିବା ଗଙ୍ଗାଧର ହୀନସ୍ତା ଭୋଗିବା ଅପେକ୍ଷା ଚାକିରି ଛାଡ଼ିଦେବାକୁ ମନ ସ୍ଥିର କଲେ । ଇସ୍ତଫା ଦେଇଦେଲେ ୨୫ ଅଗଷ୍ଟ, ୧୯୨୩ରେ । ଜମିଦାରଙ୍କ ତରଫରୁ ତାଙ୍କୁ ଓ ତାଙ୍କ ପରିବାରକୁ ହରକତ କରାଗଲା । ସେ କିନ୍ତୁ ସ୍ଥିତଧୀ । ନିର୍ବିକାର । କାହା ବିରୋଧରେ ତୁଣ୍ଡ ଖୋଲିବା ଥିଲା ତାଙ୍କ ସ୍ୱଭାବବିରୁଦ୍ଧ ।

ନିଜ ଜାତିଭାଇଙ୍କୁ ଏକାଠି କରିବାପାଇଁ ଉଦ୍ୟମ କଲେ ଗଙ୍ଗାଧର । "ସମଜାତି ଦେଖି ପରସ୍ପର ମନ ସ୍ୱଭାବେ ହୁଅଇ ସମ" । (ପ୍ରଣୟ ବଲ୍ଲରୀ) ୨୫ ମାର୍ଚ୍ଚ, ୧୯୨୪ରେ 'ମେହେର ସଭା' ବରପାଲିରେ ଅନୁଷ୍ଠିତ ହେଲା । କେହି କେହି ଏ ଘେନି ବିଘ୍ନ ବି ଭେଇଲେ । ଗଙ୍ଗାଧର ସେତେବେଳକୁ ଅସୁସ୍ଥ । ଶଯ୍ୟାଶାୟୀ । ମେହେର ସଭାରେ ଭୁଲିଆ ମେହେରମାନେ ପାଟଣା, କଳାହାଣ୍ଡି, ଖଡ଼ିଆଳ, ବୌଦ, ସାରଙ୍ଗଗଡ଼, ପଦ୍ମପୁର, ଫୁଲଝର, ସମ୍ବଲପୁର, ଚନ୍ଦ୍ରପୁର ଆଦି ସ୍ଥାନରୁ ଆସି ଯୋଗ ଦେଇଥିଲେ । ଏ ଧରଣର ବୃହତ୍ତର ସାମାଜିକ କର୍ମର ପରିକଳ୍ପନା କରିଥିବା ଗଙ୍ଗାଧର ତହିଁର ସ୍ୱରୂପ ଦେଖିବାକୁ ସକ୍ଷମ ନଥିଲେ ।

ମହାପ୍ରୟାଣ :

ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସାମାଜିକ ସଂହତି ପାଇଁ ଗଙ୍ଗାଧର ସାଧ୍ୟମତେ କାମ କରୁଥିଲେ । ଦ୍ୱିତୀୟା ପତ୍ନୀ ଗ୍ରହଣ ପରେ ତାଙ୍କ ପାରିବାରିକ ପରିବେଶ ଅଶାନ୍ତ ରହୁଥିବା ଜଣାଯାଏ । ଗଙ୍ଗାଧରଙ୍କ ପୁତ୍ର ଭଗବାନ ଲେଖିଛନ୍ତି- "ଅଗ୍ରଜଙ୍କ ପରେ ମୁଁ ପରିବାରରେ ଏକାନ୍ତ ନିଃସଙ୍ଗବୋଧ କରିଥିଲି ଏବଂ ତଦ୍‍ବଧି ବିମାତାଙ୍କ ଦୃଷ୍ଟିରୁ ପିତା ମୋ ପ୍ରତି ସର୍ବଦା ଅଧିକ ସ୍ନେହଶୀଳ ହୋଇଥିବା ଉପଲବ୍‍ଧି କରିଥିଲି ।" ଅଧିକନ୍ତୁ ସେ ଆଉ ଠାଏ ଲେଖିଛନ୍ତି- "ମୋର ଦ୍ୱିତୀୟା ମାତାଙ୍କ ନାମ 'ଚମ୍ପା' ଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଏହି ଯେ ତାଙ୍କ ଗର୍ଭରୁ କୌଣସି ସନ୍ତାନସନ୍ତତି ଜନ୍ମ ଗ୍ରହଣ କରି ନଥିଲେ । ସେ ଆମର ବଂଶୀୟ ଗୋଟିଏ ପିଲା ଓ ନିଜ ମାତୃକୁଳର ଜଣେ ଦୁଇଜଣଙ୍କୁ ପୋଷ୍ୟପୁତ୍ର କରି ରଖିବାକୁ ଚାହୁଁଥିଲେ; ମାତ୍ର ତାହା ଫଳବତୀ ହୋଇପାରି ନଥିଲା । ସେମାନଙ୍କ ମଧ୍ୟରୁ ଜଣକର ଅକାଳ ବିୟୋଗ ଘଟିଥିଲା । ଅନ୍ୟ ଦୁଇଜଣ କିଛିଦିନ ରହି ଗୃହଛାଡ଼ି ଚାଲି ଯାଇଥିଲେ ।" (ପିତୃ ପ୍ରସଙ୍ଗ- ପୃ.-୪୨) ଏପରି ଅବସ୍ଥାରେ ଗଙ୍ଗାଧର "ସ୍ମାରଂ