ପୃଷ୍ଠା:ShreeJagannath.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀମନ୍ଦିରର ଅଧିଷ୍ଠାତା ଦେବଦେବୀ ହେଉଛନ୍ତି- ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଏହି ତିିନି ଦିଅଁ ତ୍ରିମୂର୍ତ୍ତିି ନାମରେ ପରିଚିତ । ଏହି ତ୍ରିମୂର୍ତ୍ତିିଙ୍କ ସହିତ ସୁଦର୍ଶନ ଠାକୁରଙ୍କୁ ମିଶାଇ ଚତୁର୍ଦ୍ଧାମୂର୍ତ୍ତିି କୁହାଯାଏ । ରତ୍ନବେଦୀ ବା ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିିଙ୍କ ସହିତ ଆଉ ତିିନିଟି କ୍ଷୁଦ୍ରକାୟ ମୂର୍ତ୍ତିି ବିରାଜମାନ କରିଛନ୍ତି । ସେମାନେ ହେଲେ- ଭୂଦେବୀ (ବିଶ୍ୱଧାତ୍ରୀ), ଶ୍ରୀଦେବୀ (ଲକ୍ଷ୍ମୀ) ଏବଂ ନୀଳମାଧବ । ଶ୍ରୀଦେବୀ ଓ ଭୂଦେବୀ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ବିଗ୍ରହ ଓ ଜଗନ୍ନାଥ ମହାପ୍ରଭୁଙ୍କ ବାମ ଓ ଦକ୍ଷିଣ ପାର୍ଶ୍ୱରେ ବିରାଜିତ । ନୀଳମାଧବ ମଧ୍ୟ ବାମ ପାର୍ଶ୍ୱରେ ବିରାଜିତ । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଛାଡ଼ିଦେଲେ ଅନ୍ୟ ଚାରିମୂର୍ତ୍ତିି ବା ଚତୁର୍ଦ୍ଧାମୂର୍ତ୍ତିି ଓ ନୀଳମାଧବ ହେଉଛନ୍ତି ଦାରୁମୂର୍ତ୍ତିି । ଏହି ସମସ୍ତ ମୂର୍ତ୍ତିିଙ୍କୁ ସପ୍ତମୂର୍ତ୍ତିି ବା 'ସପ୍ତାଭରଣ' କୁହାଯାଏ ।

ନୀଳମାଧବଙ୍କୁ 'ମାଧବ' ଓ 'ଶ୍ରୀବାଳପୁରୁଷୋତ୍ତମ ଦେବ' ମଧ୍ୟ କୁହାଯାଏ । ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ୱଲିପି ବା ରେକର୍ଡ-ଅଫ୍‍-ରାଇଟସ୍‌ରେ ଏପରି ଉଲ୍ଲେଖ ଅଛି (୧) । ବିଶ୍ୱଧାତ୍ରୀଙ୍କୁ ସରସ୍ୱତୀ କୁହାଯାଇଛି । ସ୍ୱତ୍ୱଲିପିରେ ରତ୍ନବେଦୀ (ପ୍ଲଟ୍‍ ନମ୍ବର-୧) ସମ୍ପର୍କରେ ଉଲ୍ଲେଖ ଅଛି- "ଏହି ବେଦୀ ଉପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀ ବିରାଜମାନ । ଶ୍ରୀଜଗନ୍ନାଥଙ୍କ ବାମରେ ଲକ୍ଷ୍ମୀ, ସୁଦର୍ଶନ, ନୀଳମାଧବ ଓ ଦକ୍ଷିଣରେ ସରସ୍ୱତୀ ଦେବୀ ବିଦ୍ୟମାନ ।" ପ୍ରକୃତରେ 'ସରସ୍ୱତୀ' ନହୋଇ ଭୂଦେବୀ ହେବ । ନୀଳାଦ୍ରି ମହୋଦୟ ଓ ବାମଦେବସଂହିତା ଗ୍ରନ୍ଥରେ ଧରାଦେବୀ ବା ଭୂଦେବୀ କୁହାଯାଇଛି । ସ୍କନ୍ଦ ପୁରାଣରେ ମଧ୍ୟ ଭୂଦେବୀ ବୋଲି ସୂଚିତ । ତାଙ୍କର ଧ୍ୟାନ ଓ ପୂଜା, ସରସ୍ୱତୀଙ୍କ ଧ୍ୟାନ ଓ ପୂଜାଠାରୁ ଭିନ୍ନ । ସେ ଧରାଦେବୀ (ଭୂଦେବୀ) ବା ବିଶ୍ୱଧାତ୍ରୀ ଭାବରେ ବିଶ୍ୱଧାତ୍ରୀ ମନ୍ତ୍ରରେ ପୂଜା ପାଆନ୍ତି ।

ରତ୍ନବେଦୀର ଚତୁର୍ପାର୍ଶ୍ୱ ସ୍ଥାନ 'ଭିତର ପୋଖରିଆ' (ବା ପୋଖରିଆ) ନାମରେ ନାମିତ । ଏହି ଅଞ୍ଚଳ ଶ୍ରୀମନ୍ଦିରର ପ୍ଲଟ୍‍ ନମ୍ବର-୨ ବୋଲି ସ୍ୱତ୍ୱଲିପିରେ ଲେଖାଅଛି ।

ବିଶ୍ୱାସ କରାଯାଏ ଯେ, ଶ୍ରୀଜଗନ୍ନାଥ କିମ୍ବା ଚତୁର୍ଦ୍ଧାମୂର୍ତ୍ତିିଙ୍କ ସଂସ୍ଥାପନ ପୂର୍ବରୁ କେବଳ ନୀଳମାଧବ ହିଁ ଅଧିଷ୍ଠାତା ଦେବତା ଥିବାରୁ ଏବେ ମଧ୍ୟ ନୀଳମାଧବ ମୂର୍ତ୍ତିି ରତ୍ନବେଦୀରେ ସ୍ଥାନ ପାଉଛନ୍ତି । (ନୀଳ) ମାଧବ, ଜଗନ୍ନାଥଙ୍କର ଏକ କ୍ଷୁଦ୍ର ଆକୃତିର ମୂର୍ତ୍ତିି । ନୀଳାଦ୍ରି ମହୋଦୟରେ ଲେଖାଅଛି- "ପ୍ରଭୋଃ ସ୍ୱରୂପମ୍‍ ଭଜନ୍ମାଧବୋ ହ୍ରସ୍ୱରୂପକଃ" । (ଅର୍ଥାତ୍‍, ମାଧବ ଖୁବ୍‍ କ୍ଷୁଦ୍ରାକାର ହୋଇ ପ୍ରଭୁଙ୍କର ସ୍ୱରୂପ ଗ୍ରହଣ କରିଛନ୍ତି) । ସ୍କନ୍ଦ ପୁରାଣରୁ ଜଣାଯାଏ ଯେ ନୀଳଗିରି ଅର୍ଥାତ୍‍


୧. Record of Rights - prepared under the Puri Shri Jagannath Temple (Administration) Act, 1952

୨୨ * ଶ୍ରୀଜଗନ୍ନାଥ