ପୃଷ୍ଠା:ShreeJagannath.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



୯୮. ମାଳଚୂଳ ସେବା
ମକର ପୂର୍ବଦିନ ଶ୍ରୀଜଗନ୍ନାଥଙ୍କ ବାଡ଼ପାଇଁ ଫୁଲ, ତୁଳସୀର ଚୂଳ ଜଳାକବରୀ ବେଣୀ ତିଆରି କରି ଦିଅନ୍ତି । ସ୍ନାନ ବେଦୀରେ, ରଥରେ, ଗୁଣ୍ଡିଚା ଘରେ ବାହୁଡ଼ା ଏକାଦଶୀରେ ମାଳଚୂଳ ଯୋଗାଛି । ଚନ୍ଦନଯାତ୍ରା (୪୨ ଦିନ) ସୁଦର୍ଶନଙ୍କ ବାଡ଼ ନିମନ୍ତେ ଅଳକା ଯୋଗାନ୍ତି ।
ଏବେ ଏହି ସେବା ହେଉନାହିଁ ।
୯୯. ବାଣୁଆ
ଠାକୁରଙ୍କ ମହାଦୀପ ଜାଳିବା ବେଳେ, ଚନ୍ଦନ ଯାତ୍ରାରେ, ବିବାହ ଉତ୍ସବ ଦିନମାନଙ୍କରେ ଯାହା ବାଣ ଫୁଟାଯାଏ ତାହା ଏହି ସେବକ କର୍ତ୍ତୁପକ୍ଷଙ୍କଠାରୁ ତତ୍‌କାଳୀନ ମୂଲ୍ୟନେଇ ଯୋଗାଏ ।
ଏବେ ଏହି ସେବା ହେଉ ନାହିଁ ।
୧୦୦. ଚକ୍ର ଦିହୁଡ଼ିଆ
ଚକ୍ରାକୃତିର ଦିହୁଡ଼ି ଧରୁଥିବା ସେବକ । ମଧ୍ୟାହ୍ନ ଧୂପରେ ଦିଅଁଙ୍କର ଯେତେବେଳେ ବିଜେ ହେବ ଏ ସେବକ ଚକ୍ର ଦିହୁଡ଼ି ଧରି ଚାଲିବେ । ସ୍ନାନ ଯାତ୍ରା, ରଥ ପହଣ୍ଡି, ନୀଳାଦ୍ରି ବିଜେ ପହଣ୍ଡି, ଦୟଣାଚୋରି, ଚାପ, ଦୋଳ, ରୁକ୍ମିଣୀ ହରଣ, ବିବାହ ବେଦୀ ଇତ୍ୟାଦିରେ ଦିହୁଡ଼ି ଜାଳିବେ ।
ଏହାଙ୍କର ଆଉ ଏକ ସେବା- ଅଣସର ଚୂନା ସେବା’ ଅଛି । ଅଣସର ଖଳିଲାଗି ପାଇଁ ଆବଶ୍ୟକ ଗହମ ଲକ୍ଷ୍ମୀଙ୍କ ଜଗମୋହନରେ ହବିଷ ପାଳନ କରି ଚୁରି ଦିଅନ୍ତି ।
ଶୂଦ୍ର ସେବକ, ସେବା ବଂଶାନୁକ୍ରମିକ । ଶାଢ଼ିବନ୍ଧା ନୁହଁନ୍ତି ।
୧୦୧. ଓଝା ମହାରଣା
କମାର ସେବକ । ମନ୍ଦିରର ସବୁ ଲୁହା କାମ ନିଜେ ଓ ଅନ୍ୟର ସାହାଯ୍ୟ ନେଇ କରନ୍ତି । ବିମଳା ମନ୍ଦିର ସାମନାରେ ବଳି ଦିଅନ୍ତି । ବଂଶାନୁକ୍ରମିକ ଶାଢ଼ିବନ୍ଧା ସେବକ ।
୧୦୨. ଘଣ୍ଟ ସେବା
ଶ୍ରୀମନ୍ଦିରର ପ୍ରତ୍ୟେକ ୩ ଧୂପ (ସକାଳ, ମଧ୍ୟାହ ଓ ସଂଧ୍ୟା)ରେ ଘଣ୍ଟ ବଜାନ୍ତି। ରଥ ଓ ସ୍ନାନଯାତ୍ରା ଛାଡ଼ି ବାକି ସବୁ ପର୍ବପର୍ବାଣି, ଯାନିଯାତ୍ରାରେ ବେଢ଼ାରେ ଘଣ୍ଟ ବଜାଇବେ । ବିମଳାଙ୍କ ଷୋଳପୂଜା, ଗୁରୁବାର ମାଜଣା ଓ ଏକାନ୍ତ, ପ୍ରତ୍ୟେକ ଆଜ୍ଞାମାଳ ବି, ସ୍ନାନ ପୂର୍ଣ୍ଣିମାରେ ଜଳ ଛେକ ବିଜେ, ହାତୀ ବେଶ, ସୋଲ ଚିତା ଆଣିବା ବେଳେ, ମକର ଓ ସାତପୁରି ତାଡ଼ ଆଣିବା ଆଦି ସମୟରେ ଘଣ୍ଟ ବଜାଇବେ । ଶାଢ଼ିବନ୍ଧା ଶୂଦ୍ର ସେବକ, ସେବା ବଂଶାନୁକ୍ରମିକ ।
୧୦୩. ଘଣ୍ଡୁଆ
ଏମାନେ ସ୍ନାନପୂର୍ଣ୍ଣିମା ଦିନ ଠାକୁରମାନେ ରତ୍ନ ସିଂହାସନରୁ ସ୍ନାନ ବେଦୀକୁ ଓ ବେଦୀଠାରୁ ଅଣସର ପିଣ୍ଡିକୁ ବିଜେ କରିବା ସମୟରେ ଘଣ୍ଟ ବଜାନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ବିଜେ, ଗୁଣ୍ଡିଚା

୯୦ ଶ୍ରୀଜଗନ୍ନାଥ