ପୃଷ୍ଠା:Kali kirti chautisa.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ତାଳି ମାରିବେ କାଳି ! ତୋ'ଠାରେ ତାଳି 'ଗାଳି'
ତେବେ କି ହେବୁ ତୁ ତିତିକ୍ଷା-ଧାରିଣୀ ? ।୧୬।

ଥର ଥର ଥାନ ମୋ' ଥୁଆ, ତା' ଜାଣି,
ଥିର ଥରକ ପାଇଁଁ ନ‌କରୁ ଆଣି !
'ଥାପି କଥା' ତ‌ଥାପି, ପାରୁ ପରା ମା, ଥାପି
ଥାବର ରାଜ-ଜେମା ! ପ୍ରିୟ-କାରିଣି ? ।୧୭।

ଦଉଡ଼ି ଦେବି ! ଦ୍ୱାରେ ଦିନ-ଯାମିନୀ,
'ଦଉଡ଼ି' ଦେବି ଦ୍ୱାରେ ଏବେ କି ଆଣି ?
ଦେବ-ଦେବ-ଅର୍ଦ୍ଧାଙ୍ଗି । ଦୋର୍ଜ୍ଜନ୍ୟ ଦିଅ ଭାଙ୍ଗି
ଦୀ‌ନହୀନ-ଜନ-ଦୁଃଖ-ବିନାଶିନି ! ।୧୮।

ଧ୍ୱାନ୍ତ-ଧ୍ୱଂସନ-ଧ୍ୱଳ ତୋ'ର ତାରିଣି!
ଧୀରେ ତୁ ପରା ଧରା-ଭାରା-ହାରିଣୀ ?
ଧରାଧରାଧୀଶ୍ୱର-ଧନ୍ୟା-କନ୍ୟା ଭବର
ଧୂରୀଣ ଧବ-'ଭବ' ପ୍ରେମ-କାରିଣି ! ।୧୯।