ପୃଷ୍ଠା:Kali kirti chautisa.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

= ଦୁର୍ନାମ; ଅପ‌ଯଶ । ବିଲୋକିଚ କି? = ଦେଖିବ କି? । ଅବନୀ = ଜଗଜ୍ଜନମଣ୍ତଳୀ । ଅପଘନ = ଦେହ । ଜୀବ-ଯବନୀ = 'ଜୀବନ' ବା 'ପ୍ରାଣ'ର ପର୍ଦ୍ଦା, ତିରସ୍କରିଣୀ, ଯବନିକା । ଅପାରଗ = ଅସମର୍ଥା; ଅନିପୁଣା । ଅପରାଧ = ଦୋଷ । ଧୋଉ = ନିର୍ମ୍ମଳକରୁ । ଅପାର = ବ‌ହୁତ । ଖେଦ = ଦୁଃଖ । ଅପନୋଦକାରିଣୀ = ଉପଶମକାରିଣୀ । (୧୬) ତଡ଼ିତ ବେଗେ = ବିଜୁଳିରଗତି ପରି ଚଞ୍ଚଳ ଗତିରେ ଜୀବ = ଜୀବନ । ତକାଇ = ଅନୁଗ୍ରହ ଆଶାରେ ଅପେକ୍ଷାକରି । ଧକାଇଲିଣି = ଖୁବ ଅୟାସ ଯୋଗୁଁ ମୁଁ କଷ୍ଟରେ ନିଶ୍ୱାସ ଛାଡ଼ିଲିଣି । ଗାଳି = ନିନ୍ଦାବାକ୍ୟ । ତିତିକ୍ଷା = ସ‌ହିଷ୍ଣୁତା; କ୍ଷମା । (୧୭) ଥର ଥର = କମ୍ପିତ । ଆପି-କଥା = ସ୍ଥିର ବା ଶାନ୍ତ କରିବା କଥା । ତ‌ଥାପି = ତେବେହେଁ; ଚକ୍ରାର । ଥାବର ରାଜ‌ଜେମା = ହିମାଳ‌ୟଙ୍କ ଝିଅ । [" ସ୍ଥାବର ରାଜକନ୍ୟା "= କୁମାର ସମ୍ଭବ] । ପ୍ରିୟ