ପୃଷ୍ଠା:Kali kirti chautisa.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରାସେଣି ! ରାଜୀବ ଲୋଚନି, ରୁଦ୍ରାଣି !
ରାଜରାଜେଶ୍ୱରି, ରୁଦ୍ଧଦା । ଜୃମ୍ଭିଣି,
ରଡ଼ି ରଡ଼ି ତୋ' ଆଗେ ରଗାଇଲିଣି ରାଗେ
ରାଜା ! ରାମଚଣ୍ତି ! ମା ରସା-ଶୋଭିନି ! ।୨୭।

ଲେଷଡ଼ା-ଲୋକ-ଲାତେ 'ସ୍ପୃହା' ନେଲିଣି;
'ଲୁହ-ଲିପ୍ତ-ଲପନ' 'ଲୁହା' କଲିଣି;
ଲେହିବିକି ଏଥର ଲେଲିହାନ-ବିଷର-
ଲେଶ ଲୋକଙ୍କ ଆଗେ ? ବିଶ୍ୱତୋଷିଣି ! ।୨୮।

ବିଶ୍ୱବାସୀର ମା । ତୁ ଶାନ୍ତି-ପ୍ରେଷିଣ
ବ‌ହୁତ ବଦାନ୍ୟତା ବର ବର୍ଷିଣି !
ବିହ୍ୱଳ-ବିତ୍ତ ମୁହିଁ; 'ବିକ୍ରମଦାବୀ' ତୁହି
କିମଳେ ! ବିଭୁ-ବାମଦେବ-କାମିନି ! ।୨୯।

ଶାନ୍ତା ! ଶାରଦା, ଶୈଳୋଦ୍ଭବା ! ଭବାନି !
ଶାକମ୍ଭରି ! ସୁନନ୍ଦା ! ଶୁମ୍ଭ-ଘାତିନି !