ପୃଷ୍ଠା:Kali kirti chautisa.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଶୂଳଧରା, ଶଙ୍କରି । ଶର୍ବାଣି । ଶୁଭଙ୍କରି,
ଶାସନାଦର୍ଶ ଜନାନାନ୍ଦ-କାରିଣି ।୩୦।

ଷଟ୍କର୍ମରତ-ବିଜ୍ଞା-ବିପ୍ରପୋଷିଣି !
ଷଷ୍ଠି ! ତୁ 'ଷଡ଼ଯନ୍ତ୍ର-ନାଶ-'ପ୍ରେଷିଣୀ,
ଷଡ଼ାନନ-ଜନନି ! ଷଡ଼୍ଗୁଣା! ଷଡ଼୍ଦର୍ଶିନି!
ଷୋଡ଼ଶି ! ଆମ୍ବା !ଲମ୍ବା ! ରମ୍ଭା ! ମାନିନି,

ସର୍ବମଙ୍ଗଳା ! ସନ୍ଧ୍ୟା ! ମା ସନାତନି !
ସୁନ୍ଦରି ! ସତି ! ସାଧି ! ସତ୍ୟା ! ନନ୍ଦିନି,
ସାତ୍ୱିକି ! ସବତ୍ସରା !ସିନ୍ଧ-ବିଦ୍ୟା, ଈଶ୍ୱରା,
ସର୍ବାଙ୍ଗି ! ସିଂହରଥା ! ସୁର-ବନ୍ଦିନି ।୩୧।

ହୈମ‌ବତି, ହର-ବଲ୍ଲଭା, ଭବାନି,
ହେରମ୍ବ-ଜନନି, ହ୍ରି ! ହିଣ୍ତି, କାନ୍ତାନି,
'ହଇଜା' କି 'ବସନ୍ତ' ହୋଇ ଯା' ହନ୍ତସନ୍ତ -
ହୁଅନ୍ତି ହୀନେ, ହେଉ ତୁ ଉଦ୍ଧାରିଣୀ ।୩୩।