ପୃଷ୍ଠା:Semananka piladina.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଭୁଲ୍‍ ପାଇଁ କ୍ଷମା ମାଗିବ

ବାପା ତ ସରକାରୀ ଚାକିରି କରୁଥିଲେ । ସେତେବେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇ ନଥିଲା । ବଙ୍ଗଳା ଓ ବିହାର ସାଙ୍ଗରେ ରହୁଥିଲା । ବାପା ଯେଉଁଠି ଥିଲେ ବି ସେ ବେମାର ହେବା ଖବର ପାଇଲେ ବଡ଼ବାପା ତାଙ୍କୁ ପାଖକୁ ନେଇ ଆସନ୍ତି- ଚିକିତ୍ସା କରାଇ ଭଲ ହେଲେ ଛାଡ଼ନ୍ତି । ବାପାଙ୍କ ସାଙ୍ଗରେ ଆମେ ମଧ୍ୟ ଆସି ବଡ଼ବାପାଙ୍କ ଘରେ ରହୁ । ବର୍ତ୍ତମାନ ଯେ ଶୈଳବାଳା ମହିଳା କଲେଜ ହୋଇଛି, ସେଇଟା ବଡ଼ବାପାଙ୍କର ବାସଗୃହ ଥିଲା । ବାପା, ମା ଓ ଆମେ ଦୁଇ ଭଉଣୀ ସେଇଠି ରହୁ । ବଡ଼ବାପାଙ୍କ ଘରେ ମିସ୍‍

୧୬ ସେମାନଙ୍କ ପିଲାଦିନ