ବନ୍ଦଇ ଶ୍ରୀ ଗଣନାଥ ଗଉରୀକୁମର

ଉଇକିପାଠାଗାର‌ରୁ

ବନ୍ଦଇ ଶ୍ରୀ ଗଣନାଥ ଗଉରୀକୁମର
ଗଣେଶଙ୍କ ବନ୍ଦନା
ରାଗ କଳଶା

 ବନ୍ଦଇ ଶ୍ରୀ ଗଣନାଥ ଗଉରୀକୁମର ।
ଗଜମୁଖ ଏକଦନ୍ତ କପାଳେ ସିନ୍ଦୂର ॥୧॥

ଦେବ ଅଗ୍ରଗଣ୍ଯ ତୁମ୍ଭେ ଅଯୋନି ସମ୍ଭୂତ ।
ଲମ୍ବୋଦର ବିଘ୍ନହର ସଦାଶିବ ସୁତ ॥୨॥

ଆହେ ଗଣନାଥ ମୋର ଘେନିବାର ସେବ ।।
ସୁପ୍ରସନ୍ନ ହୋଇ ମୋତେ ପଦ କହିଦେବା ॥୩॥

ଅନୁଗ୍ରହ କର ବାରେ ଇନ୍ଦୂର ବାହନ ।
ଶ୍ରୀରାମଚରିତ କିଛି କରିବି ବର୍ଣ୍ଣନ ॥୪॥

କୃତାଞ୍ଜଲି ପୁଟେ କରୁଅଛି ନମସ୍କାର ।
ଭଣେ ବିକ୍ରମ ନରେନ୍ଦ୍ର ଶ୍ରୀପଦେ କୋୟର ॥୫॥