ଜୟ ଜୟ ସରସ୍ଵତୀ

ଉଇକିପାଠାଗାର‌ରୁ

ଜୟ ଜୟ ସରସ୍ୱତୀ
ସରସ୍ବତୀଙ୍କ ବନ୍ଦନା

ଜୟ ଜୟ ସରସ୍ୱତୀ ଗୋ ଜୟ ଦେବୀ ଶାରଦା ।
ତୋତେ ଯେହୁ ଆଶ୍ରେ କରନ୍ତି ଦେଉ ଅନେକ ବିଦ୍ୟା ॥୧॥

ତୋହର କରୁଣା ହୋଇଲେ ମୂର୍ଖ ହୁଏ ପଣ୍ଡିତ ।
ଏବେ ମୋହ କଣ୍ଠେ ବସିଣ କହ ରାମ ଚରିତ ॥୨॥

ଏ ଶ୍ରୀ ରାମ ନାମ ଗୁପତେ ଥିଲା ସାମବେଦରେ ।
ଚତୁର୍ମୁଖ ବ୍ରହ୍ମା ଜାଣିଣ ଭାବୁଥାନ୍ତି ମନରେ ॥୩॥

ମୂଳ ମନ୍ତ୍ର ବୀଜ ଏହିଟି ଆଦ୍ୟକାଣ୍ଡର ରସ ।

ଭଣଇ ବିକ୍ରମ ନରେନ୍ଦ୍ର ଶୁଣି ବୈକୁଣ୍ଠ ବାସ ॥୪॥