ପୃଷ୍ଠା:Odisha Rajanitira Itihasa.pdf/୨୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ୍ୟାବିନେଟ ମନ୍ତ୍ରୀ :

ଜାନକୀ ବଲ୍ଲଭ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ, ଘରୋଇ, ସାଧାରଣ ପ୍ରଶାସନ, ଅର୍ଥ, ଯୋଜନା,
ସମନ୍ୱୟ, ବିଜ୍ଞାନ, କାରିଗରୀ କୌଶଳ ଓ ପରିବେଶ, ଶିଳ୍ପ,
ସୂଚନା ଓ ଲୋକସମ୍ପର୍କ, କ୍ରୀଡ଼ା, ପୂର୍ତ୍ତ, ଖଣି ଓ ଭୂତତ୍ତ୍ୱ, ଗୃହ
ଓ ନଗର ଉନ୍ନୟନ, ଜଳସେଚନ ଓ ବିଦ୍ୟୁତ
(୩୦.୪.୧୯୮୫ରେ ରାଜସ୍ୱ ବିଭାଗ ଦାୟିତ୍ୱ ଗ୍ରହଣ)
ଅନୁପ ସିଂହଦେଓ : ବାଣିଜ୍ୟ ଓ ପରିବହନ
ଭଜମନ ବେହେରା : ହରିଜନ ଓ ଆଦିବାସୀ କଲ୍ୟାଣ
ଗଙ୍ଗାଧର ମହାପାତ୍ର : ଆଇନ, ପର୍ଯ୍ୟଟନ ଓ ସଂସ୍କୃତି
ଯୁଗଳ କିଶୋର ପଟ୍ଟନାୟକ : ଶିକ୍ଷା ଓ ଯୁବସେବା
ନିରଞ୍ଜନ ପଟ୍ଟନାୟକ : ରାଜସ୍ୱ (୩୦.୪.୧୯୮୫ରେ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ)
ବଟକୃଷ୍ଣ ଜେନା : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ ବିଭାଗ ରାଷ୍ଟ୍ରମନ୍ତ୍ରୀ
ଭୁପାଳ ମହାପାତ୍ର : (୧୩.୩.୧୯୮୫ରେ ଶପଥ ଗ୍ରହଣ)- ଜଙ୍ଗଲ ବିଭାଗ

ରାଷ୍ଟ୍ର ମନ୍ତ୍ରୀ :

ଡମ୍ବରୁଧର ଉଲାକା : ଅବକାରୀ
କୁମାରୀ ଫ୍ରିଡ଼ା ଟପ୍ନୋ : ମତ୍ସ୍ୟ ଓ ପଶୁପାଳନ
ହବିବୁଲ୍ଲା ଖାଁ : ଖାଦ୍ୟ ଓ ଯୋଗାଣ
ହେମାନନ୍ଦ ବିଶ୍ୱାଳ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ମହମ୍ମଦ ମୁଜାଫର ହୁସେନ ଖାଁ : ଶ୍ରମ ଓ କର୍ମ ଯୋଗାଣ
ମୋହନ ନାଗ : ଜଳସେଚନ
ନାଗାର୍ଜୁନ ପ୍ରଧାନ : ସମବାୟ
ଶରତଚନ୍ଦ୍ର ପଣ୍ଡା : କୃଷି ବିଭାଗ

ଶପଥ ଗ୍ରହଣ ଓ ବାଚସ୍ପତି, ଉପବାଚସ୍ପତି ନିର୍ବାଚନ :

ଶ୍ରଦ୍ଧାକର ସୂପକାର ଅସ୍ଥାୟୀ ବାଚସ୍ପତି ଭାବରେ ନବନିର୍ବାଚିତ ବିଧାୟକମାନଙ୍କୁ ୧୩.୩.୧୯୮୫ରେ ଶପଥ ପାଠ କରାଇଲେ । ଏହାପରେ ୧୪ ତାରିଖ ଦିନ ପୂର୍ବ ବିଧାନସଭାର ବାଚସ୍ପତି ଥିବା ପ୍ରସନ୍ନ କୁମାର ଦାସ ସର୍ବସମ୍ମତି କ୍ରମେ ନବମ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ । ଚିନ୍ତାମଣି ଦ୍ୟାନ ସାମନ୍ତରାୟ ମଧ୍ୟ ଉପବାଚସ୍ପତି୨୪୬ . ଓଡ଼ିଶା ରାଜନୀତିର ଇତିହାସ