ପୃଷ୍ଠା:Odisha Rajanitira Itihasa.pdf/୨୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରାଇଥିଲେ । ମାର୍ଚ୍ଚ ୯ ତାରିଖ ଦିନ ଯୁଧିଷ୍ଠିର ଦାସ ସର୍ବସମ୍ମତି କ୍ରମେ ବାଚସ୍ପତି ଓ ମାର୍ଚ୍ଚ ୨୨ ତାରିଖରେ ପ୍ରହ୍ଲାଦ ଦୋରା ଉପବାଚସ୍ପତି ନିର୍ବାଚିତ ହେଲେ । ବହଳଦା ଓ ବାଙ୍ଗିରପୋଷି ନିର୍ବାଚନମଣ୍ଡଳୀର ବିଧାୟକମାନେ ମାର୍ଚ୍ଚ ୨୮ ତାରିଖରେ ଶପଥ ଗ୍ରହଣ କଲେ । ଆବଶ୍ୟକ ସଂଖ୍ୟକ ସଭ୍ୟ ନଥିବାରୁ କୌଣସି ରାଜନୈତିକ ଦଳ ବିଧାନସଭାରେ ବିରୋଧିଦଳ ଭାବରେ ସ୍ୱୀକୃତି ଲାଭ କରିପାରିଲେ ନାହିିଁ । ଯାହାହେଉ କଂଗ୍ରେସଦଳ ମୁଖ୍ୟ ବିରୋଧୀଦଳ ଭାବରେ ବିବେଚିତ ହେଲା ।

ବିଜୁପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ଓ ଏହାର ସଂପ୍ରସାରଣ :

ଓଡ଼ିଶାର ତତ୍‍କାଳୀନ ରାଜ୍ୟପାଳ ଯଜ୍ଞଦତ୍ତ ଶର୍ମା ତା ୧୪.୩.୧୯୯୦ରିଖରେ ମନ୍ତ୍ରିମଣ୍ଡଳର ୯ଜଣ କ୍ୟାବିନେଟ ମନ୍ତ୍ରୀ, ୫ଜଣ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ଉପମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଲେ । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ ଏହିପରି ଭାବରେ ହେଲା:

କ୍ୟାବିନେଟ ମନ୍ତ୍ରୀ :

ବିଜୁ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ: ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ଯୋଜନା ଓ ସମନ୍ୱୟ,
ଶିଳ୍ପ, ସେଚ ଓ ଶକ୍ତି (ଶକ୍ତି), ବିଜ୍ଞାନ, କାରିଗରୀ କୌଶଳ ଓ
ପରିବେଶ, ବାଣିଜ୍ୟ ଓ ପରିବହନ, ଖଣି ଓ ଭୂତତ୍ତ୍ୱ, ଗୋଷ୍ଠୀ
ଉନ୍ନୟନ ଓ ଗ୍ରାମ୍ୟ ପୁନର୍ଗଠନ, ହରିଜନ ଓ ଆଦିବାସୀମଙ୍ଗଳ,
ପର୍ଯ୍ୟଟନ, କ୍ରୀଡା ଓ ସଂସ୍କୃତି, ଖାଦ୍ୟ ଓ ଯୋଗାଣ; ଶ୍ରମ ଓ ନିଯୁକ୍ତି;
ସୂଚନା ଓ ଲୋକ ସମ୍ପର୍କ; ଶିକ୍ଷା ଓ ଯୁବ କଲ୍ୟାଣ (ଯୁବ କଲ୍ୟାଣ),
ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ ଏବଂ ନିର୍ଦ୍ଦିଷ୍ଟ ଭାବରେ ବଣ୍ଟନ
କରାଯାଇନଥିବା ବିଭାଗର ମନ୍ତ୍ରୀ
ରାମକୃଷ୍ଣ ପଟ୍ଟନାୟକ : ଅର୍ଥ
ବିଜୟ ମହାପାତ୍ର : ଜଳସେଚନ, ଶକ୍ତି ଓ ସାଧାରଣ ପ୍ରଶାସନ (ସଂସଦୀୟ ବ୍ୟାପାର)
ଅଦ୍ୱୈତ ପ୍ରସାଦ ସିଂହ ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ ଏବଂ ବିଜ୍ଞାନ କାରିଗରୀ କୌଶଳ ଓ
: ପରିବେଶ (ପରିବେଶ)
ଚୈତନ୍ୟ ପ୍ରସାଦ ମାଝି : ଶିକ୍ଷା ଓ ଯୁବକଲ୍ୟାଣ (ଶିକ୍ଷା)
ଘାସିିରାମ ମାଝି : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ନଳିନୀକାନ୍ତ ମହାନ୍ତି : ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ
ଜଗନ୍ନାଥ ମଲ୍ଲିକ : କୃଷି ଓ ସମବାୟ
ନରସିଂହ ମିଶ୍ର : ଆଇନ
ସୁରେନ୍ଦ୍ର ନାଥ ନାୟକ : ରାଜସ୍ୱ ଓ ଅବକାରୀ

ଓଡ଼ିଶା ରାଜନୀତିର ଇତିହାସ . ୨୬୧