ପୃଷ୍ଠା:Odisha Rajanitira Itihasa.pdf/୨୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶପଥ ଗ୍ରହଣ କଲେ । ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେବା ସମୟରେ ଲୋକସଭା ସଦସ୍ୟ ନଥିଲେ । ଛ'ମାସ ମଧ୍ୟରେ ଲୋକସଭାକୁ ନିର୍ବାଚିତ ହେବାର ନିୟମ ଥିବାରୁ ତାଙ୍କ ପାଇଁ ଗୋଟିଏ ନିରାପଦ ସ୍ଥାନର ଆବଶ୍ୟକ ହେଲା । ଫଳରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ରାଓଙ୍କୁ ଓଡ଼ିଶାର ବ୍ରହ୍ମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ପ୍ରସ୍ତାବ ଦେଲେ । ଜାନକୀ ବାବୁ ଓ ନରସିଂହ ରାଓ ଉଭୟ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ଦୁହିିଁଙ୍କ ମଧ୍ୟ ଉତ୍ତମ ସଂପର୍କ ଥିଲା । ଅନ୍ୟ ପକ୍ଷରେ ଓଡ଼ିଶାର ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ମଧ୍ୟ ରାଓଙ୍କର ଉତ୍ତମ ସଂପର୍କ ଥିଲା ।

ବ୍ରହ୍ମପୁର ଆସନରୁ ଲୋକସଭା ସଦସ୍ୟ ଥିବା ଗୋପୀନା ଗଜପତି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ନିଜ ସଭ୍ୟପଦରୁ ଇସ୍ତଫା ପ୍ରଦାନ କଲେ । ନରସିଂହ ରାଓଙ୍କ ବିରୁଦ୍ଧରେ ଜନତା ଦଳ ତରଫରୁ ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ପ୍ରତିଦ୍ୱନ୍ଦ୍ୱିତା କଲେ । ହେଲେ ତାଙ୍କର ବିଜୟ ନିମନ୍ତେ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଉଦ୍ୟମ କରିନିବା ଜଣାଯାଏ । ଫଳରେ ନିର୍ବିଘ୍ନରେ ନରସିଂହ ରାଓ ନିର୍ବାଚନ ଜିତି ତାଙ୍କର ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିପାରିଲେ । ଏହା ପରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ହେଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ।

ବିଧାନସଭା ଉପନିର୍ବାଚନ :

ଧାମନଗର ବିଧାନସଭା ଆସନର ନବନିର୍ବାଚିତ ପ୍ରତିନିଧି ହୃଦାନନ୍ଦ ରାୟଙ୍କର ୧୯୯୦ ମାର୍ଚ୍ଚ ୧ ତାରିଖରେ ପରଲୋକ ଘଟିଲା । ଫଳରେ ଏହି ଆସନଟି ଖାଲି ହେଲା । ଭଣ୍ଡାରି ପୋଖରୀ ବିଧାନସଭା ସଦସ୍ୟ ଅର୍ଜୁନ ଚରଣ ସେଠି ଓ ପୁରୀ ବିଧାନସଭା ସଦସ୍ୟ ବ୍ରଜକିଶୋର ତ୍ରିପାଠୀ ଯଥାକ୍ରମେ ଭଦ୍ରକ ଓ ପୁରୀ ଲୋକସଭା ଆସନରୁ ଜନତା ଦଳ ପ୍ରାର୍ଥୀ ଭାବରେ ନିର୍ବାଚିତ ହେବାରୁ ଏହି ଦୁଇଟି ଆସନ ଖାଲି ପଡିଲା । ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ସଦସ୍ୟ ନିକୁଞ୍ଜ ବିହାରୀ ସିଂହଙ୍କର ୧୯୯୧ ମସିହା ଅଗଷ୍ଟ ୨୪ ତାରିଖରେ ପରଲୋକ ଘଟିବାରୁ ତାଙ୍କର ଆସନଟି ଖାଲି ପଡିଲା । ଫଳରେ ଏହି ସବୁ ଆସନ ପାଇଁ ୧୯୯୧ ମସିହା ନଭେମ୍ବର ୧୬ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ସସସ୍ତ ଆସନ ଜନତା ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ ଗଲା । ମାଲକାନାଗିରି ନିର୍ବାଚନ ମଣ୍ଡଳୀ ବିଧାନସଭା ସଦସ୍ୟ ନାକା କନାୟାଙ୍କର ୧୯୯୨ ମସିହା ଏପ୍ରିଲ ୨ ତାରିଖରେ ପରଲୋକ ଘଟିଲା । ଏହି ଆସନ ପାଇଁ ୧୯୯୨ ମସିହା ଜୁନ-୮ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଉପନିର୍ବାଚନରେ ଜନତା ଦଳ ହାତରୁ ଆସନଟି ଖସିଗଲା । ଏଠାରୁ ଭାରତୀୟ ଜନତା ଦଳର ପ୍ରାର୍ଥୀ ଅରବିନ୍ଦ ଢ଼ାଲି ନିର୍ବାଚିତ ହେଲେ ।

୧୯୯୨ ମସିହା ଅବ୍ଧୋବର ୧୭ ତାରିଖରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜନତାଦଳ ବିଧାୟକ ତ୍ରିନାଥ ନାୟକଙ୍କର ପରଲୋକ ଘଟିଲା । ୧୯୯୩ ମେ'ମାସ ୧୯ ତାରିଖରେ ଉପନିର୍ବାଚନ ହେଲା । ଉପନିର୍ବାଚନରେ ସ୍ୱର୍ଗତ ନାୟକଙ୍କ ଧର୍ମପତ୍ନୀ ପାଟ୍ଟ ନାୟକ ଜନତାଦଳ ଟିକେଟରେ ନିର୍ବାଚନ ଲଢ଼ି ଜୟଯୁକ୍ତା ହେଲେ ।

ଓଡ଼ିଶା ରାଜନୀତିର ଇତିହାସ ୨୬୫