ପୃଷ୍ଠା:Odisha Rajanitira Itihasa.pdf/୨୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଂଗ୍ରେସ ସରକାର ଅମଳରେ ଯେଉଁ କାର୍ଯ୍ୟ ଚାଲିଥିଲା ତାହାର ପୁନରାବୃତ୍ତି କରାଯାଇଛି । ରାଜ୍ୟର ୧୪୩ଟି ବ୍ଲକର ୧କୋଟି ଲୋକ ଏିରେ ଉପକୃତ ହେବେ ।

ବାରଦଫା କାର୍ଯ୍ୟକ୍ରମ :

ରାଜ୍ୟର ଦ୍ରୁତ ବିକାଶ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ବାରଦଫା କାର୍ଯ୍ୟକ୍ରମ ଘୋଷଣା କଲେ । ସେଗୁଡିକ ହେଲା - ୧. ପ୍ରତି ଗ୍ରାମପଞ୍ଚାୟତରୁ ପଞ୍ଚାୟତ ସମିତି ସଦର ମହକୁମାକୁ ସବୁଦିନିଆ ପିଚୁରାସ୍ତା, ୨. ପ୍ରତି ଗ୍ରାମରେ ଗୋଟିଏ ଲେଖାଏଁ ପୁଷ୍କରିଣୀର ପୁନରୁଦ୍ଧାର ଓ ଉନ୍ନତି ବିଧାନ, ୩. ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଆବଶ୍ୟକୀୟ ଗୃହ ନିର୍ମାଣ, ୪. ସରକାରୀ କୃଷି ଫାର୍ମରେ ପ୍ରାମାଣିକ ବିହନ ଉତ୍ପାଦନ ଓ ଉନ୍ନତ ଚାରା ଉତ୍ପାଦନ ବ୍ୟବସ୍ଥା, ୫. କୃଷିର ଉନ୍ନତି ନିମନ୍ତେ ଆବଶ୍ୟକୀୟ ଶୀତଳ ଭଣ୍ଡାର ସ୍ଥାପନ, ୬. ପ୍ରତି ବ୍ଲକରେ ଗୋଟିଏ ଗୃହନିର୍ମାଣ ସରଞ୍ଜାମ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ, ୭. ଜଙ୍ଗଲ ନିକଟସ୍ଥ ଗ୍ରାମବାସୀମାନଙ୍କୁ ଜଙ୍ଗଲ ରକ୍ଷଣାବେକ୍ଷଣ ପାଇଁ ଉତ୍ସାହ ପ୍ରଦାନ ଓ ଜଙ୍ଗଲ ରକ୍ଷଣାବେକ୍ଷଣ କରୁିବା ଗ୍ରାମବାସୀମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାରର ଅଧିକାର ପ୍ରଦାନ, ୮. ପ୍ରତି ଗ୍ରାମପଞ୍ଚାୟତରେ ଗୋଟିଏ ଉନ୍ନତ ଖେଳପଡିଆ ନିର୍ମାଣ, ୯. ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନର ରକ୍ଷଣାବେକ୍ଷଣା ଓ ଉନ୍ନତି ବିଧାନ, ୧୦. ପ୍ରତି ଜିଲ୍ଲାରେ ଅନୂ୍ୟନ ୪,୦୦୦ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ, ୧୧. ପ୍ରତି ବ୍ଲକରେ ଶିଳ୍ପ ପ୍ରତିଷ୍ଠା, ୧୨. ପ୍ରତି ଗ୍ରାମପଞ୍ଚାୟତରେ ଚାରାଗଛ ଉତ୍ପାଦନ (ନର୍ସରୀ) କେନ୍ଦ୍ର ପ୍ରତିଷ୍ଠା ।

ଜାନକୀଙ୍କ ଏହି ତୃତୀୟର ମୁଖ୍ୟମନ୍ତ୍ରିତ୍ୱ କାଳରେ ବିଶ୍ୱବ୍ୟାଙ୍କ ସହାୟତାରେ ୧୯୦କୋଟି ଟଙ୍କା ବ୍ୟୟରେ ନରାଜ ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେଲା । ତାଳଚେରସମ୍ବଲପୁର ରେଳପ ଯାତାୟାତ ନିମନ୍ତେ ଉଦ୍‍ଘାଟିତ ହେଲା । ଭୁବନେଶ୍ୱରଠାରେ କଳିଙ୍ଗ ଷ୍ଟାଡିୟମ ଉଦ୍‍ଘାଟିତ ହେଲା । ତୃତୀୟ ସାର୍କ ଜାମ୍ବୋରୀ ଖୋର୍ଦ୍ଧାଠାରେ ଅନୁଷ୍ଠିତ ହେଲା । ରାଜ୍ୟର ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ ପ୍ରଚଳିତ ହେଲା ।

'ଝଡର ଇଗଲ ଓ ମାଟିର ମୂର୍ତ୍ତିିକର' :

'ଝଡର ଇଗଲ ଓ ମାଟିର ମୂର୍ତ୍ତିିକର' ଏ କଥା କହିିଲେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଜନନେତା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ଏକ ଶୋକ ସଭାରେ । ବିଜୁ ପଟ୍ଟନାୟକଙ୍କ ସହ ଜାନକୀବାବୁଙ୍କର ସମସ୍ତ ରାଜନୈତିକ ବିରୋଧ ଥିବା ସତ୍ତ୍ୱେ ସେ ବିୁଜବାବୁଙ୍କୁ ଆବେଗ ହୃଦୟରେ 'ଝଡର ଇଗଲ ଓ ମାଟିର ମୃତ୍ତିକାର' ବୋଲି ଆଖ୍ୟାୟିତ କରିିଲେ । ଏ ଥିଲା ଜାନକୀବାବୁଙ୍କର ଉଦାର ହୃଦୟର କଥା । ଏହି ଶୋକସଭାରେ ଲାଲକୃଷ୍ଣ ଆଡଭାନୀ, ଏସ.ଆର.ବୋମାଇ, ଏଚ୍‍.ଡି.ଦେବଗୌଡା ଓ ସାହେବ ସିଂହ ବର୍ମା ଆଦି ବହୁ ଜାତୀୟ ନେତାଉପସ୍ଥିତ ଥିଲେ । ବିଜୁ ପଟ୍ଟନାୟକ ୧୯୯୭

୨୮୨ ଓଡ଼ିଶା ରାଜନୀତିର ଇତିହାସ