ପୃଷ୍ଠା:Odisha Rajanitira Itihasa.pdf/୨୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଫୁଲବାଣୀ ପଦ୍ମନାଭ ବେହେରା ବିଜେଡି
ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂହଦେଓ ବିଜେପି
ସମ୍ବଲପୁର ପ୍ରସନ୍ନ ଆଚାର୍ଯ୍ୟ ବିଜେଡି
ଦେବଗଡ ଦେବେନ୍ଦ୍ର ପ୍ରଧାନ ବିଜେପି
ଢେଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ ଜୁଏଲ ଓରାମ ବିଜେପି
କେନ୍ଦୁଝର ଅନନ୍ତ ନାୟକ ବିଜେପି

ଏହି ଲୋକସଭା ନିର୍ବାକଣରେ ଓଡିଶାର ବିଜେପି ଓ ବିଜେଡି ମଧ୍ୟରେ ମଧ୍ୟ ମେଣ୍ଟ ହୋଇଥିଲା । ବିଜେପି-ବିଜେଡି ମେଣ୍ଟ ୧୯ଟି ଆସନ ପାଇଲା । ବିଜେପି- ୯ଟି ଓ ବିଜେଡି - ୧୦ ଟି ଆସନ ଲାଭ କଲା ।

ଏକାଦଶ ଓଡିଶା ବିଧାନସଭା ସମୁଦାଯ ୧୭ଟି ଅଧିବେଶନ ଓ ଗୋଟିଏ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୪୮ ବୈଠକ ଦିବସ ରହିଥିଲା । ସ୍ୱତନ୍ତ୍ର ଅଧିବେଶନଟି ୫୦ତମ ସ୍ୱାଧୀନତା ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା । ବିଧାନସଭାକୁ ୨୯.୨.୨୦୦୦ରେ ଭଗ୍ନ କରାଯାଇଥିଲା ।

ଜାନକୀ ବଲ୍ଲଭ ପଟ୍ଟନାୟକ : (୧୯୨୭)

ତିନିଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚନା କରିଥିବା ଜାନକୀବଲ୍ଲଭ ପଟ୍ଟନାୟକ ଏକାଧାରରେ ଜେନ ସଂଗ୍ରାମୀ, ସାମ୍ବାଦିକ ଓ ଦକ୍ଷ ସଂପାଦକ, ବିଦ୍ୱାନ, ଲେଖକ, ଗବେଷକ, ସାହିତ୍ୟିକ, ସଫଳ ଅନୁବାଦକ, ସମାଲୋଚକ ଓ ସୁବକ୍ତା । ସଂସ୍କୃତ ଭାଷା ବିଷାରଦ ଭାବରେ ତାଙ୍କର କୃତିତ୍ୱ ସର୍ବଜନବିଦିତ । କେନ୍ଦ୍ରରେ ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଭାବରେ ସେ ନିଜର ଯେଉଁ ପରିଚୟ ପ୍ରତିଷ୍ଠା କରିଯାଇଛନ୍ତି, ତା'ର ପଟାନ୍ତର ନାହିଁ ।

୧୯୨୭ ଜାନୁଆରି ୩ ତାରିଖରେ ପୁରୀ ଜିଲ୍ଲା ରାମେଶ୍ୱରଠାରେ ଏକ ସାହିତ୍ୟ ଓ ସଂସ୍କୃତିସଂପନ୍ନ ପରିବାରରେ ତାଙ୍କର ଜନ୍ମ । ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ପାସ ପରେ ୧୯୪୭ ରେ ରେଭେନସା କଲେଜରୁ ସଂସ୍କୃତ ସମ୍ମାନ ସହ ସେ ବି.ଏ. ପାସ କଲେ । ରେଭେନସାରେ ପଢିବା ସମୟରେ କଲେଜରେ ଲାଗିଥିବା ୟୁନିୟନ ଯାକକୁ ହଟାଇ ଭାରତୀୟ ଜାତୀୟ ପତାକାକୁ ଉଡାଇବା ଫଳରେ ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ୧୯୫୦ ମସିହାରେ ସେ ରାଜନୀତି ବିଜ୍ଞାନରେ ଏମ.ଏ. ପାସ କଲେ । ଚାକିରି ନକରି ସାମ୍ବାଦିକତାକୁ ବୃତ୍ତି ଭାବରେ ଗ୍ରହଣ କଲେ । ସେ ହେଲେ ‘ଇଷ୍ଟର୍ଣ୍ଣଟାଇମସ’ ର ସବ-ଏଡିଟର । ତା'ପରେ ଯୁଗ୍ମ ସଂପାଦକ ଓ ପରେ ସଂପାଦକ ଦାୟିତ୍ୱ ବହନ କରିବା ସହ ଦୈନିକ ପ୍ରଜାତନ୍ତ୍ରର

୨୮୬ ଓଡିଶା ରାଜନୀତିର ଇତିହାସ