ପରିସ୍ଥିତି ଏପରି ହେଲା ଯେ, ଡିସେମ୍ବର ୬ତାରିଖରେ ଡଃ. ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ଓ ସେହିଦିନ ହେମାନନ୍ଦ ବିଶ୍ୱାଳ କଂଗ୍ରେସ ବିଧାୟକ ଦଳର ନେତା ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହ ବସନ୍ତ କୁମାର ବିଶ୍ୱାଳ ଓ ଜଗନ୍ନାଥ ପଟ୍ଟନାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଡିସେମ୍ବର ୯ତାରିଖରେ ୧୧ଜଣ କ୍ୟାବିନେଟ ମନ୍ତ୍ରୀ, ୮ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ । ୧୧ ତାରିଖରେ ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ ରାଷ୍ଟ୍ରମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ୨୦୦୦ ଫେବ୍ରୁଆରି ୭ତାରିଖରେ ରଘୁନାଥ ପଟ୍ଟନାୟକ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ।
୧୯୯୮ ମସିହାରେ ଡବ୍ଧର ଗମାଙ୍ଗଙ୍କର କେବଳ ଗୋଟିଏ ମାତ୍ର ଭୋଟରେ କେନ୍ଦ୍ରର ଏନ୍.ଡି.ଏ ସରକାରଙ୍କ ପତନ ଘଟିଲା । ସେତେବେଳେ ସେ ଲୋକସଭା ସାଂସଦ ଥାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଲୋକସଭା ସାଂସଦ ଭାବରେ ଭୋଟ ପ୍ରଦାନ କରିିଥିଲେ । ଫଳରେ ବାଜପେୟୀ ସରକାର ଇସ୍ତଫା ପ୍ରଦାନ କଲେ । ମାତ୍ର ୧୩ମାସ ପ୍ରଧାନ ମନ୍ତ୍ରୀ ରହିବା ପରେ ଅଟଳ ବିହାରୀ ବାଜପେୟୀ ପୁନଃ ଲୋକସଭା ନିର୍ବାଚନର ସମ୍ମୁଖୀନ ହେଲେ । ୧୯୯୯ ମସିହାରେ ଲୋକସଭା ପାଇଁ ନିର୍ବାଚନ ହେଲା । ଏହି ନିର୍ବାଚନରେ ଏନ୍.ଡି.ଏ ପୁଣି ଶାସନ କ୍ଷମତାକୁ ଆସିଲା । ଏଥର ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ମାତ୍ର ୨ଟି ଆସନ ଲାଭ କଲା । ୧୩ଶ ଲୋକସଭା (୧୯୯୯)କୁ ଓଡ଼ିଶାର ନିର୍ବାଚିତ ପ୍ରତିନିଧିମାନେ ହେଲେ:
ତ୍ରୟୋଦଶ ଲୋକସଭା ସଦସ୍ୟ (୧୯୯୯) :
ମୟୂରଭଞ୍ଜ | ସାଲଖାନ୍ ମୁର୍ମୁ | ବିଜେପି |
ବାଲେଶ୍ୱର | ମହାମେଘ ବାହନ ଐର ଖାରବେଳ ସ୍ୱାଇଁ | ବିଜେପି |
ଭଦ୍ରକ | ଅର୍ଜୁନ ଚରଣ ସେଠି | ବିଜେଡି |
ଯାଜପୁର | ଜଗନ୍ନାଥ ମଲ୍ଲିକ | ବିଜେଡି |
କେନ୍ଦ୍ରାପଡା | ପ୍ରଭାତ କୁମାର ସାମନ୍ତରାୟ | ବିଜେଡି |
କଟକ | ଭର୍ତ୍ତୃହରି ମହତାବ | ବିଜେଡି |
ଜଗତସିଂହପୁର | ତ୍ରିଲୋଚନ କାନୁନ୍ଗୋ | ବିଜେଡି |
ପୁରୀ | ବ୍ରଜ କିଶୋର ତ୍ରିପାଠୀ | ବିଜେଡି |
ଭୁବନେଶ୍ୱର | ଡଃ ପ୍ରସନ୍ନ ପାଟ୍ଟଶାଣୀ | ବିଜେଡି |
ଆସ୍କା | ନବୀନ ପଟ୍ଟନାୟକ | ବିଜେଡି |
ପରେ କୁମୁଦିନୀ ପଟ୍ଟନାୟକ | ବିଜେଡି | |
ବ୍ରହ୍ମପୁର | ଅନାଦି ଚରଣ ସାହୁ | ବିଜେପି |
କୋରାପୁଟ | ହେମା ଗମାଙ୍ଗ | କଂଗ୍ରେସ |
ନବରଙ୍ଗପୁର | ପର୍ଶୁରାମ ମାଝି | ବିଜେପି |