ପୃଷ୍ଠା:Odisha Rajanitira Itihasa.pdf/୨୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏସବୁ ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେଲା । ୨୦୦୧ ମସିହା ସେପ୍ଟେମ୍ବର ୨୦ ତାରିଖରେ ରେଢ଼ାଖୋଲ ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଠାର ବିଜୁ ଜନତାଦଳର ପ୍ରାର୍ଥୀ ଶ୍ରୀ ସନାତନ ବିଶି ନିର୍ବାଚିତ ହେଲେ । ସେ ବିଧାୟକ ଭାବରେ ସେପ୍ଟେମ୍ବର ୨୫ ତାରିଖରେ ଶପଥ ଗ୍ରହଣ କଲେ । ଭଦ୍ରକ ବିଧାନସଭା ଆସନ ନିମନ୍ତେ ୨୦୦୨ ମସିହା ମେ ମାସ ୩୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଠାରୁ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ବିଜୟୀ ହୋଇ ଜୁନ୍‍ ୫ ତାରିଖରେ ଶପଥ ଗ୍ରହଣ କଲେ । ନୟାଗଡ଼ ବିଧାନସଭା ଆସନ ନିମନ୍ତେ ୨୦୦୨ ଜୁଲାଇ ୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଆସନରୁ ଶ୍ରୀମତୀ ମନ୍ଦାକିନୀ ବେହେରା (ସ୍ୱର୍ଗତ ଭାଗବତ ବେହେରାଙ୍କ ସହଧର୍ମିଣୀ), ବିଜୁଜନତା ଦଳର ପ୍ରାର୍ଥୀ ଭାବରେ ବିଜୟଲାଭ କରି ଜୁଲାଇ ୧୧ ତାରିଖରେ ଶପଥ ଗ୍ରହଣ କଲେ । ବୀରମହାରାଜପୁର ବିଧାନସଭା ଆସନପାଇଁ ୨୦୦୩ ସେପ୍ଟେମ୍ବର ୨୭ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଠାରୁ ବିଜୁ ଜନତା ଦଳର ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ବିଜୟଲାଭ କରି ଅକ୍ଟୋବର ୧ ତାରିଖ ଦିନ ଶପଥ ଗ୍ରହଣ କଲେ ।

ପାଟକୁରା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଓଡ଼ିଶ। ବିଧାନସଭାର ଏକମାତ୍ର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରା ଦଳବଦଳ କରି ବିଜୁ ଜନତା ଦଳରେ ସାମିଲ ହେଲେ ୨୦୦୧ ମସିହା ଏପ୍ରିଲ ୨୫ ତାରିଖରେ । ସେହିପରି ଜର୍ଜ ତିର୍କୀ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳ ତ୍ୟାଗ କରି ୨୦୦୧ ମସିହା ଅଗଷ୍ଟ ୨୧ ତାରିଖରେ ବିଜୁ ଜନତାଦଳ ସହ ସାମିଲ ହେଲେ ।

ଏମ୍‍.ଏଲ୍.ଏ. ନଳିନୀକାନ୍ତ ମହାନ୍ତିଙ୍କୁ ୨୦୦୧ ଜୁଲାଇ ୧୯ ତାରିଖରେ ବିଜୁ ଜନତାଦଳରୁ ଛ'ବର୍ଷ ପାଇଁ ନିଲମ୍ବନ କରାଗଲା । ସେ ଜୁଲାଇ ୩୦ ତାରିଖ ଠାରୁ ବିଧାନସଭାରେ ସ୍ୱାଧୀନ ସଭ୍ୟର ମାନ୍ୟତା ଲାଭ କଲେ । ସେହିପରି ରାମକୃଷ୍ଣ ପଟ୍ଟନାୟକ ଏମ୍‍.ଏଲ୍‍.ଏ.ଙ୍କୁ ୨୦୦୨ ମସିହା ସେପ୍ଟେମ୍ବର ୨୧ ତାରିଖରେ ବିଜୁ ଜନତା ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କରାଗଲା । ଏହା ମାନ୍ୟବର ବାଚସ୍ପତି ଗୃହରେ ଘୋଷଣା କଲେ ଅକ୍ଟୋବର ୧୦ ତାରିଖରେ ।

ଏହା ପୂର୍ବରୁ କେତେକ ଅଭିଯୋଗ ନିମନ୍ତେ ୯.୦୭.୨୦୦୧ ତାରିଖରେ ବିଜୁ ଜନତାଦଳର କ୍ୟାବିନେଟ୍‍ ମନ୍ତ୍ରୀ ଥିବା ଡାକ୍ତର କମଳା ଦାସ, ନଳିନୀକାନ୍ତ ମହାନ୍ତି ଓ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପଦବୀରେ ଥିବା ଭାଜପା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କୁ ମନ୍ତ୍ରୀପଦ ତ୍ୟାଗକରିବାକୁ ପଡିଲା । ଏହା ପରେ ୨୦୦୨ ଅଗଷ୍ଟ ଛ' ତାରିଖରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରାଯାଇ ବିଜୁ ଜନତା ଦଳରୁ କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ କାଳିନ୍ଦୀ ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ଘଡା଼ଇ ଓ ଡାକ୍ତର ଦାମୋଦର ରାଉତଙ୍କୁ ନିଆଗଲା । ରାମକୃଷ୍ଣ ପଟ୍ଟନାୟକଙ୍କ ହାତରୁ ଅର୍, ଯୋଜନା, ସମନ୍ୱୟ ବିଭାଗ କାଢ଼ି ନିଆଯାଇ ତାଙ୍କୁ କୃଷି ବିଭାଗ ପ୍ରଦାନ କରାଗଲା । ଫଳରେ ରାମକୃଷ୍ଣ ପଟ୍ଟନାୟକ ଅସନ୍ତୁଷ୍ଟ ହୋଇ ୭ ତାରିଖରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ଏହି ଅଦଳ ବଦଳରେ ପଞ୍ଚାନନ କାନୁନ୍‌ଗୋଙ୍କୁ ବିଜୁ ଜନତା ଦଳରୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବରେ ସାମିଲ କରାଗଲା । ତାଙ୍କ ହାତରେ


ଓଡ଼ିଶା ରାଜନୀତିର ଇତିହାସ ୨୯୯