ପୃଷ୍ଠା:Odisha Rajanitira Itihasa.pdf/୩୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାବମୂର୍ତ୍ତିି ସେତେବେଳେ ଖୁବ୍‍ ଭଲ ଥାଏ । ଲୋକସଭା ସହ ଓଡ଼ିଶା ବିଧାନସଭାର ଏକ ସଙ୍ଗେ ନିର୍ବାଚନ ହେଲେ ଫାଇଦା ମିଳିବ । ବିଜେଡ଼ି-ବିଜେପି ମଧ୍ୟରେ ଆସନ ବୁଝା ମଣା ହେଲା । ପୂର୍ବସୂତ୍ର ଅନୁଯାୟୀ ୧୨:୯ ଲୋକସଭା ଆସନ ନିମନ୍ତେ ଏବଂ ୮୪:୬୩ ଓଡ଼ିଶା ବିଧାନସଭା ନିର୍ବାଚନ ନିମନ୍ତେ ଆସନ ବଣ୍ଟନ କରାଯାଇ ପ୍ରାର୍ଥୀ ଠିଆ କରାଗଲା । ନିର୍ବାଚନ ଅନୁଷ୍ଠିତ ହେଲା ଦୁଇଟି ପର୍ଯ୍ୟାୟରେ, ୨୦୦୪ ମସିହା ଏପ୍ରିଲ୍‍ ୨୦ ଓ ୨୪ ତାରିଖରେ । ଉଲ୍ଲେଖନୀୟ ଘଟଣା ହେଲା ଦ୍ୱାଦଶ ବିଧାନସଭାର ବାଚସ୍ପତି ଥିବା ଶରତ କର ବିଜେଡ଼ିରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗଦାନ କରି ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହେଲେ । ଫଳରେ କଂଗ୍ରେସ ଦଳରୁ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀ ଭାଗୀରି ବଡ଼ଜେନା କଂଗ୍ରେସ ଦଳ ତ୍ୟାଗ କରି ସ୍ୱାଧୀନ ଭାବରେ ବିଧାନସଭା ଆସନରୁ ଲଢ଼ି ପରାଜିତ ହେଲେ । ପରେ ସେ ବିଜେଡ଼ିରେ ଯୋଗଦାନ କଲେ ।

୨୦୦୪ ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ଟି ଆସନ ମଧ୍ୟରୁ ଭାରତୀୟ ଜାତୀୟ କଂଗ୍ରେସ ଲାଭ କଲା ମାତ୍ର ୨ଟି ଆସନ । ନିର୍ବାଚିତ ପ୍ରତିନିଧିମାନେ ହେଲେ ବ୍ରହ୍ମପୁର ଆସନରୁ ଚନ୍ଦ୍ରଶେଖର ସାହୁ ଓ କୋରାପୁଟ ଆସନରୁ ଗିରିଧର ଗମାଙ୍ଗ । ବାକି ୧୯ ଆସନରୁ ବିଜୁ ଜନତାଦଳ ୧୧ଟି ଆସନରେ, ଭାରତୀୟ ଜନତା ପାର୍ଟି ୭ଟି ଆସନରେ ଏବଂ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ଗୋଟିଏ ଆସନରେ ପ୍ରାର୍ଥୀ ବିଜୟ ଲାଭ କଲେ । ବିଶେଷ ଉଲ୍ଲେଖଯୋଗ୍ୟ ଘଟଣା ହେଲା କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ପରିଚାଳିତ ଏନ୍‍.ଡି.ଏ. ସରକାରର ପତନ ଘଟିଲା ଏବଂ ବାମପନ୍ଥୀ ଦଳମାନଙ୍କ ସହାୟତାରେ ଭାରତୀୟ ଜାତୀୟ କଂଗ୍ରେସ ୟୁ.ପି.ଏ.

ଓଡ଼ିଶା ରାଜନୀତିର ଇତିହାସ ୩୦୧