ପୃଷ୍ଠା:Odisha Rajanitira Itihasa.pdf/୨୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ବିପୁଳ ଆସ୍ଥା ଓ ସମର୍ଥନ ଜଣାଇଛନ୍ତି । ଆଜି ମୋ ପକ୍ଷରୁ ଓ ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିିଥିବା ମୋର ସହଯୋଗୀ ଓ ସାଥୀମାନଙ୍କ ପକ୍ଷରୁ ଓଡ଼ିଶାର ଜନସାଧାରଣଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଉଛି ।

ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନପାଇଁ ସରକାରୀ କ୍ଷମତାକୁ ସବୁବେଳେ ମୁଁ ଅସ୍ତ୍ର ରୂପେ ବିଚାର କରି ଆସିଛି । ଏହି କ୍ଷମତାରେ ଅଭିଭୂତ ହେବା ବା ଆନନ୍ଦ ଉତ୍‍ଫୁଲ୍ଲ ହେବାର କିଛି ନାହିଁ । ଏହା ଏକ ଗୁରୁଭାର ଓ କଣ୍ଟାର ମୁକୁଟ । ଓଡ଼ିଶା ନାନା ଐତିହାସିକ କାରଣରୁ ବହୁ ପଛରେ ପଡ଼ିଛି । ଇଂରେଜମାନଙ୍କ ଅମଳରେ ଏହା ଏକ ଅବହେଳିତ ଓ ଅବଜ୍ଞାତ ଅଞ୍ଚଳ ରୂପେ ରହିିଥିଲା । ବହୁକାଳ ଧରି ବିକଳାଙ୍ଗ ଓ ବିଖଣ୍ଡିତ ହୋଇ ରହିବା ଫଳରେ ଏହାର ଉନ୍ନତି ହୋଇ ପାରିଲା ନାହିିଁ । ସ୍ୱାଧୀନତା ପରେ ଓଡ଼ିଶାର ଉନ୍ନୟନପାଇଁ ଯେ ଉଦ୍ୟମ ନହୋଇଛି ତାହା ନୁହେ, ମାତ୍ର ଓଡ଼ିଶା ଯାହା ଉନ୍ନତି କରିଛି, ଅନ୍ୟ ରାଜ୍ୟମାନେ ତାହା ଅପେକ୍ଷା ଅଧିକ ମାତ୍ରାରେ ଉନ୍ନତି କରି ଚାଲିଛନ୍ତି । ତେଣୁ ସେମାନଙ୍କ ମଧ୍ୟରେ ଓ ଓଡ଼ିଶା ମଧ୍ୟରେ ବ୍ୟବଧାନ ତ‌ଥା ଦୂରତ୍ୱ ବଢ଼ି ବଢ଼ି ଚାଲିଛି । ଏହି ଧାରାକୁ ରୋକି ଓଡ଼ିଶାକୁ ଏପରି ବେଗରେ ଆଗେଇ ନେବା ଆବଶ୍ୟକ, ଯେପରିକି ଭାରତର ଅଗ୍ରଗାମୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ତାର ଉଚିତ ସ୍ଥାନ ଲାଭ କରିପାରିବ । ତାହାହିଁ ହେଉଛି ବର୍ତ୍ତମାନର ଦାବି, ଭାଗ୍ୟ ଓ ଭବିତବ୍ୟର ଆହ୍ୱାନ ।

ଓଡ଼ିଶା ପ୍ରାକୃତିକ ସଂପଦରେ ଯେ କୌଣସି ରାଜ୍ୟ ଅପେକ୍ଷା ଅଧିକ ଧନଶାଳୀ । "ଧନେ ଧାନ୍ୟେ ପୁଷ୍ପେ ଭରା, ଆମାଦେର୍‍ ଏଇ ବସୁନ୍ଧରା" ବୋଲି ବଙ୍ଗଳାର କବି ଲେଖିଥିଲେ । ଓଡ଼ିଶା ତା'ଠାରୁ ବେଶୀ । ଓଡ଼ିଶାର ମୃତ୍ତିକା ଉର୍ବର, ଭୂଗର୍ଭ ଖଣିଜ ସଂପଦରେ ପରିପୂର୍ଣ୍ଣ । ଅରଣ୍ୟ ସମୃଦ୍ଧ, ଉପକୂଳ ଓ ନଦୀମାନେ ଜଳସମ୍ପଦରେ ଭରିରହିଛନ୍ତି । ସର୍ବୋପରି ଓଡ଼ିଶାର ଲୋକଶକ୍ତି, ପରିଶ୍ରମ ଓ ବୁଦ୍ଧିରେ ଭାରତର କୌଣସି ରାଜ୍ୟଠାରୁ ନ୍ୟୂନ ନୁହେଁ । ଏହି ସବୁ ସମ୍ପଦର ସଦୁପଯୋଗ କରିବାକୁ ହେବ ଓ ତାହା ଶୀଘ୍ର କରିବାକୁ ହେବ ।

ସୁଖର ବିଷୟ, ଶ୍ରୀମତୀ ଗାନ୍ଧୀଙ୍କର ନେତୃତ୍ୱ ଆଜି ଦେଶରେ ପ୍ରତିଷ୍ଠିତ ଏବଂ ଏହାକୁ ପ୍ରତିଷ୍ଠିତ କରିବାରେ ଓଡ଼ିଶାର ଜନସାଧାରଣ ମୁଖ୍ୟଭାଗ ନେଇଛନ୍ତି । ଯେଉଁ ସମାଜବାଦ ଆଦର୍ଶରେ ଶ୍ରୀମତୀ ଗାନ୍ଧୀ ଓ ଜାତୀୟ କଂଗ୍ରେସ ବିଶ୍ୱାସ କରନ୍ତି, ତାର ଅର୍ଥ ହେଉଛି ବ୍ୟକ୍ତି ବ୍ୟକ୍ତି ଏବଂ ଅଞ୍ଚଳ ଅଞ୍ଚଳ ମଧ୍ୟରେ ବ୍ୟବଧାନ ଦୂର କରିବା । ଓଡ଼ିଶା ସେହି ଦୃଷ୍ଟିରୁ ହେଉଛି ଭାରତରେ ଆଜି ଏକ ପରୀକ୍ଷାର କ୍ଷେତ୍ର ଏବଂ ଆନନ୍ଦର କଥା ଯେ ଶ୍ରୀମତୀ ଗାନ୍ଧୀ ଓଡ଼ିଶାର ଅର୍ଥନୈତିକ ଅଭ୍ୟୁତ୍‌ଥାନ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।

ସେହି ଦୃଷ୍ଟିରୁ ଏହି ନୂତନ ସରକାରଙ୍କ ଦାୟିତ୍ୱର ଗୁରୁତ୍ୱ ମୁଁ ଅନୁଭବ କରୁଛି । କେତେକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ ଏହି ସରକାର ସ୍ଥିର କରିଛି । ସେଗୁଡ଼ିକ ହେଲା ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ, ଶିଳ୍ପର ବିସ୍ତାର ଏବଂ ସମାଜର ସବୁଠାରୁ ତଳେ ଥିବା ଗରିବ ଲୋକଙ୍କର ପୂର୍ଣ୍ଣ ଥଇଥାନ ବ୍ୟବସ୍ଥା । ଓଡ଼ିଶାର ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ବ୍ଲକ, ପ୍ରତ୍ୟେକ ଜିଲ୍ଲା ଯେପରି୨୩୨ . ଓଡ଼ିଶା ରାଜନୀତିର ଇତିହାସ