ପୃଷ୍ଠା:Odisha Rajanitira Itihasa.pdf/୨୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଭୁବନେଶ୍ୱର ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ
ଆସ୍କା ସୋମନାଥ ରଥ କଂଗ୍ରେସ
ବ୍ରହ୍ମପୁର ଆର. ଜଗନ୍ନାଥ ରାଓ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ଜଗନ୍ନାଥ ପଟ୍ଟନାୟକ କଂଗ୍ରେସ
ଫୁଲବାଣୀ ରାଧାକାନ୍ତ ଡିଗଲ କଂଗ୍ରେସ
ବଲାଙ୍ଗୀର ନିତ୍ୟାନନ୍ଦ ମିଶ୍ର କଂଗ୍ରେସ
ସମ୍ବଲପୁର ଡଃ କୃପାସିନ୍ଧୁ ଭୋଇ କଂଗ୍ରେସ
ଦେବଗଡ଼ ଶ୍ରୀବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ଢେ଼ଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ଼ ମରିସ କୁଜୁର କଂଗ୍ରେସ
କେନ୍ଦୁଝର ହରିହର ସୋରେନ୍‍ କଂଗ୍ରେସ

ଏହି ଲୋକସଭା ନିର୍ବାଚନରେ ସମରେନ୍ଦ୍ର କୁଣ୍ଡୁ (ଜ), ଭାଗବତ ପ୍ରସାଦ ମହାନ୍ତି (କଂ), ଯୋଗେଶ ଚନ୍ଦ୍ର ରାଉତ (ଜନତା), ରବି ରାୟ (ଜ), ବାରିଷ୍ଟର ରଣଜିତ ମହାନ୍ତି (ଜ), ଶିବାଜୀ ପଟ୍ଟନାୟକ (ମା.କମ୍ୟୁ), ପ୍ରତାପ କେଶରୀ ଦେଓ (ଜ), ସୈରୀନ୍ଦ୍ରୀ ନାୟକ (ଜ), ପ୍ରସନ୍ନ କୁମାର ପଣ୍ଡା (କମୁ୍ୟ) ଓ ଅଦ୍ୱୈତ ପ୍ରସାଦ ସିଂହ (ଜନତା) ଆଦି ଜଣାଶୁଣା ବଡ଼ ବଡ଼ ନେତାମାନେ ପରାଜିତ ହୋଇଥିଲେ । ବିଶେଷ ଉଲ୍ଲେଖନୀୟ ଘଟଣା ହେଲା; ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଜନତା ପ୍ରାର୍ଥୀ ରବି ରାୟ ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମଲ୍ଲିକଙ୍କ ଠାରୁ ପ୍ରାୟ ଦେଢ଼ହଜାର ଭୋଟ ବ୍ୟବଧାନରେ ହାରି ଯାଇଥିଲେ । ଶ୍ରୀ ମଲ୍ଲିକ ୨,୬୩,୯୬୦ଟି ଭୋଟ ପାଇଥିବା ସ୍ଥଳେ ଶ୍ରୀ ରାୟ ପାଇଥିଲେ ୨,୬୨,୩୯୪ଟି ଭୋଟ ।

ପ୍ରାୟ ଅଢ଼େଇ ମାସ ବ୍ୟବଧାନରେ ଓଡ଼ିଶାର ନବମ ବିଧାନସଭା ନିମନ୍ତେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା ୧୯୮୫ ମସିହା ମାର୍ଚ୍ଚମାସ ୫ ତାରିଖରେ । ୧୪୭ଟି ବିଧାନସଭା ଆସନରୁ ୧୪୫ଟିରେ ନିର୍ବାଚନ ଅନୁଷ୍ଠିତ ହେଲା । କେତେକ ଅନିବାର୍ଯ୍ୟ କାରଣ ବଶତଃ ପୁରୀ ଜିଲ୍ଲା କାକଟପୁର ଓ କେନ୍ଦୁଝର ନିର୍ବାଚନ ମଣ୍ଡଳୀର ନିର୍ବାଚନ ସ୍ଥଗିତ ରଖାଗଲା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଆଠଗଡ଼ ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କଲେ । କଂଗ୍ରେସ ଦଳ ୧୪୫, ଜନତାଦଳ- ୧୩୮, ଭାରତୀୟ ଜନତା ପାର୍ଟି- ୬୭, କମ୍ୟୁନିଷ୍ଟ ଦଳ- ୨୬, ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି- ୧୦, ଫରଓ୍ୱାର୍ଡ ବ୍ଲକ-୧, ସୋସାଲିଷ୍ଟ ଇଉନିଟ ସେଣ୍ଟର-୩, ଲୋକଦଳ-୧୮, ଝାଡଖଣ୍ଡ-୧୧, ଶରଦ ପାଓ୍ୱାରଙ୍କ ପରିଚାଳିତ କଂଗ୍ରେସ-୧, ଜଗଜ୍ଜୀବନରାମଙ୍କ କଂଗ୍ରେସ-୧ ପ୍ରାର୍ଥୀ ଏହି ନିର୍ବାଚନରେ ଠିଆ କରାଇ ଥିଲେ । ଏହା ବ୍ୟତୀତ ୩୭୨ଜଣ ସ୍ୱାଧୀନ

ପ୍ରାର୍ଥୀ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ ।

ଓଡ଼ିଶା ରାଜନୀତିର ଇତିହାସ . ୨୩୯