ପୃଷ୍ଠା:Odisha Rajanitira Itihasa.pdf/୩୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୩୮କୁ ବୃଦ୍ଧି ଘଟିଲା । ଯାହାହେଉ ମେଣ୍ଟ ଦଳର ନେତା ଭାବରେ ନବୀନ ପଟ୍ଟନାୟକ ପୁନର୍ବାର ନିର୍ବାଚିତ ହୋଇ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ଓଡ଼ିଶାର ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ବିଶିଷ୍ଟ ରାଜନୀତିଜ୍ଞ ଜାନକୀବଲ୍ଲଭ ପଟ୍ଟନାୟକ ହେଲେ ବିରୋଧିଦଳର ନେତା । ମହେଶ୍ୱର ମହାନ୍ତି ଓ ପ୍ରହ୍ଲାଦ ଦୋରା ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବରେ ନିର୍ବାଚିତ ହେଲେ । ନବୀନ ପଟ୍ଟନାୟକ ନୂଆ ମନ୍ତ୍ରିମଣ୍ଡଳ ଗଠନ କଲେ ୨୦୦୪ ମସିହା ମଇ ମାସ ୧୬ ତାରିଖରେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବ୍ରହ୍ମପୁର ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ ରାଷ୍ଟ୍ରମନ୍ତ୍ରୀ ଭାବରେ ପ୍ରତିନିଧିତ୍ୱ କଲେ । ନବୀନ ପଟ୍ଟନାୟକଙ୍କ ସରକାର ପାଞ୍ଚ ବର୍ଷ ପୂରଣ କଲା ଏବଂ କେନ୍ଦ୍ରରେ ଇଉପିଏ ସରକାର ମଧ୍ୟ ୫ ବର୍ଷ କ୍ଷମତାରେ ରହିଲେ । ନିମ୍ନମତେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠିତ ହେଲା:
କ୍ୟାବିନେଟ ମନ୍ତ୍ରୀ :

ନବୀନ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ, ସାଧାରଣ ପ୍ରଶାସନ, ଗୃହ, ଯୋଜନା ସମନ୍ୱୟ,
ଜଳସଂପଦ, ଜଙ୍ଗଲ ଓ ପରିବେଶ । ଏହା ବ୍ୟତୀତ ଅନ୍ୟ କୌଣସି
ମନ୍ତ୍ରୀଙ୍କୁ ଦିଆଯାଇ ନଥିବା ବିଭାଗ
କାଳିନ୍ଦୀ ବେହେରା : ଅନୁସୂଚିତ ଜାତି, ଉପଜାତି ବିକାଶ, ସଂଖ୍ୟାଲଘୁ ଓ ଅନୁନ୍ନତ
ବର୍ଗର କଲ୍ୟାଣ ଓ ଅବକାରୀ
ପଦ୍ମନାଭ ବେହେରା : ଖଣି ଓ ଇସ୍ପାତ, ସଂସଦୀୟ ବ୍ୟାପାର

ଓଡ଼ିଶା ରାଜନୀତିର ଇତିହାସ . ୩୦୩