ପୃଷ୍ଠା:Odisha Rajanitira Itihasa.pdf/୩୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଜେଡ଼ି ଏକାକୀ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି, ଦୁଇ କମ୍ୟୁନିଷ୍ଟ ପାର୍ଟିଙ୍କ ସହ ଆସନ ବୁଝାମଣା କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେଲା । କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିଲା ।

ଲୋକସଭା ନିର୍ବାଚନରେ ଓଡ଼ିଶାରୁ କଂଗ୍ରେସ ଦଳ ବିଜୟ ଲାଭ କଲା ୬ଟି ଆସନରେ । ବିଜେଡ଼ି ବିଜୟ ଲାଭ କଲା ୧୪ଟି ଆସନରେ । ଭାରତୀୟ କମୁ୍ୟନିଷ୍ଟ ପାର୍ଟି ବିଜେଡ଼ି ସହ ମେଣ୍ଟ କରି ପାଇଲା ଗୋଟିଏ ଆସନ । ଉଲ୍ଲେଖନୀୟ ଘଟଣା ହେଲା, ଏଥର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ଦଳ ଗୋଟିଏ ହେଲେ ଆସନ ଲାଭ କରିବାକୁ ସକ୍ଷମ ହେଲା ନାହିଁ ।

୨୦୦୯ରେ ପଞ୍ଚଦଶ ଲୋକସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ଓଡ଼ିଶାର ବିଜୟୀ ପାର୍ଥୀମାନେ ହେଲେ:
ପଞ୍ଚଦଶ ଲୋକସଭା ସଦସ୍ୟ (୨୦୦୯) :

ବରଗଡ଼ ସଂଜୟ ଭୋଇ କଂଗ୍ରେସ
ସୁନ୍ଦରଗଡ଼ ହେମାନନ୍ଦ ବିଶ୍ୱାଳ କଂଗ୍ରେସ
ସମ୍ବଲପୁର ଅମରନାଥ ପ୍ରଧାନ କଂଗ୍ରେସ
କେନ୍ଦୁଝର ଯଶୋବନ୍ତ ନାରାୟଣ ସିଂ ଲାଗୁଡ଼ି ବିଜେଡ଼ି
ମୟୂରଭଞ୍ଜ ଲକ୍ଷ୍ମଣ ଟୁଡ଼ୁ ବିଜେଡ଼ି
ଯାଜପୁର ମୋହନ ଜେନା ବିଜେଡ଼ି
ବାଲେଶ୍ୱର ଶ୍ରୀକାନ୍ତ କୁମାର ଜେନା କଂଗ୍ରେସ
ଭଦ୍ରକ ଅର୍ଜୁନ ଚରଣ ସେଠି ବିଜେଡ଼ି
ଢେଙ୍କାନାଳ ତ‌ଥାଗତ ସତପଥୀ ବିଜେଡ଼ି
ବଲାଙ୍ଗୀର କଳିକେଶ ନାରାୟଣ ସିଂହଦେଓ ବିଜେଡ଼ି
କଳାହାଣ୍ଡି ଭକ୍ତ ଚରଣ ଦାସ କଂଗ୍ରେସ
ନବରଂଗପୁର ପ୍ରଦୀପ କୁମାର ମାଝି କଂଗ୍ରେସ
କନ୍ଧମାଳ ରୁଦ୍ରମାଧବ ରାୟ ବିଜେଡି
କଟକ ଭର୍ତ୍ତୃହରି ମହତାବ ବିଜେଡି
କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ବିଜେଡି
ଜଗତସିଂହପୁର ବିଭୁପ୍ରସାଦ ତରାଇ ଭାରତୀୟ କମ୍ୟୁ.
ପୁରୀ ପିନାକୀ ମିଶ୍ର ବିଜେଡି
ଭୁବନେଶ୍ୱର ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ବିଜେଡି
ଆସ୍କା ନିତ୍ୟାନନ୍ଦ ପ୍ରଧାନ ବିଜେଡି
ବ୍ରହ୍ମପୁର ସିଦ୍ଧାନ୍ତ ମହାପାତ୍ର ବିଜେଡି
କୋରାପୁଟ ଜୟରାମ ପାଙ୍ଗୀ ବିଜେଡି


୩୧୨ . ଓଡ଼ିଶା ରାଜନୀତିର ଇତିହାସ