ପୃଷ୍ଠା:Odisha Rajanitira Itihasa.pdf/୩୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚତୁର୍ଦ୍ଦଶ ବିଧାନସଭାର ବୟୋଜ୍ୟେଷ୍ଠ ଓ କନିଷ୍ଠ ବିଧାୟକ

ବିଧାୟକମାନଙ୍କ ମଧ୍ୟରେ ଶ୍ରୀ ବେଦପ୍ରକାଶ ଅଗ୍ରଓ୍ୱାଲ (୧୬.୦୧.୧୯୩୭) ହେଉଛନ୍ତି ବୟୋଜ୍ୟେଷ୍ଠ ବିଧାୟକ । ସର୍ବକନିଷ୍ଠ ବିଧାୟକ ହେଲେ ଶ୍ରୀ ରମେଶଚନ୍ଦ୍ର ମାଝି (୯.୪.୧୯୭୮) । ସେହିପରି ବିଧାୟିକାମାନଙ୍କ ମଧ୍ୟରେ ଶ୍ରୀମତୀ ଭି. ସୁଜ୍ଞାନ କୁମାର ଦେବୀ (୫.୮.୧୯୩୭) ହେଉଛନ୍ତି ବୟୋଜ୍ୟେଷ୍ଠା ଏବଂ ଶ୍ରୀମତୀ ଅଞ୍ଜଳି ବେହେରା (୯.୫.୧୯୭୨) ହେଉଛନ୍ତି ସର୍ବକନିଷ୍ଠା ବିଧାୟିକା ।
ନବୀନଙ୍କ ନୂଆ ରେକର୍ଡ :

ଓଡ଼ିଶାରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ରହିଥିବା ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସ୍ଥାନରେ ଏଣିକି ଓଡ଼ିଶା ରାଜନୀତିର ଇତିହାସରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଉଲ୍ଲେଖ ହେବ । ପ୍ରାକ୍‍ ସ୍ୱାଧୀନତା ସମୟର ପ୍ରଧାନମନ୍ତ୍ରୀ ଓ ସ୍ୱାଧୀନୋତ୍ତର ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଲିକାରେ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିଥିଲେ । ଜାନକୀବାବୁ ୧୯୮୦ ମସିହା ଜୁନ୍‍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ୧୯୮୯ ଡିସେମ୍ବର ୭ ତାରିଖ ଯାଏ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଜାନକୀବାବୁ ତୃତୀୟ ଥର ପାଇଁ ପୁଣି ୧୯୯୫ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ଏଥର ସେ ମୁଖ୍ୟମନ୍ତ୍ରୀ ଭାବରେ ରହିଲେ ୧୯୯୯ ଫେବ୍ରୁଆରି ୧୭ ତାରିଖ ଯାଏ । ସମୁଦ।ୟ ସେ ୪,୮୪୩ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ତାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରିତ୍ୱ ଓ ମୁଖ୍ୟମନ୍ତ୍ରିତ୍ୱ ସମୟକୁ ମିଶ।ଇ ଡକ୍ଟର ହରେକୃଷ୍ଣ ମହତାବଙ୍କ କାର୍ଯ୍ୟକାଳ ସର୍ବାଧିକ ଥିଲା । ତାହାକୁ ଅତିକ୍ରମ କରିଥିଲେ ଜାନକୀବଲ୍ଳଭ ପଟ୍ଟନାୟକ ।

୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଶ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଲଗାତର ତୃତୀୟ ଥର ପାଇଁ ଏହି ପଦବୀରେ ରହିଛନ୍ତି । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରୁ ୨୦୧୩ ମସିହା ଅଗଷ୍ଟ ୫ ତାରିଖ
୩୩୦ . ଓଡ଼ିଶା ରାଜନୀତିର ଇତିହାସ