ପୃଷ୍ଠା:Bikalpa Biswa.pdf/୧୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିଯାଏ । ମନ୍ତ୍ରୀ ମନ୍ତ୍ରଣାଳୟକୁ ନ ଆସିବାରୁ ହଜାର ହଜାର ସଂଖ୍ୟାରେ ଫାଇଲ୍ ସବୁ ପଡ଼ି ରହିଥାଏ । ସୋସିଆଲ୍ ୱାଚ୍ ତରଫରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ପାର୍ଲାମେଣ୍ଟ କାର୍ଯ୍ୟ ସମ୍ପାଦନପାଇଁ ପ୍ରତି ମିନିଟ୍‌ରେ ୨୬ ହଜାର ଟଙ୍କା ଖର୍ଚ୍ଚ ହୁଏ । ଆମ ଦେଶର କୋର୍ଟ କଚେରିରେ ବହୁ ମକଦ୍ଦମା ଫଇସଲା ନ ହୋଇ ପଡ଼ିରହିଛି ବର୍ଷ ବର୍ଷ ଧରି । ସୁପ୍ରିମ୍‌କୋର୍ଟରେ ୩୩ ଲକ୍ଷ ଓ ହାଇକୋର୍ଟମାନଙ୍କରେ ପ୍ରାୟ ୩୪ ଲକ୍ଷ ମାମଲା ଫଇସଲା ଅପେକ୍ଷାରେ । କୋର୍ଟମାନଙ୍କର ଲମ୍ବା ଛୁଟି ଏହାର ଅନ୍ୟତମ କାରଣ । ଆମ ଦେଶ ଏକ ଛୁଟି ପ୍ରବଣ ଦେଶ । ଏତେ ଛୁଟି ଅନ୍ୟ ଦେଶରେ ନାହିଁ । ଉାହରଣ ସ୍ୱରୂପ ତତ୍କାଳୀନ ସୋଭିଏତ୍ ୟୁନିଅନ୍‌ର ପ୍ରେସିଡେଣ୍ଟ ବ୍ରେଜନେଭ୍‌ଙ୍କ ମୃତ୍ୟୁ ବେଳେ ସେ ଦେଶର କଳ, କାରଖାନା, ସ୍କୁଲ, କଲେଜ ଓ କାର୍ଯ୍ୟାଳୟ ମାତ୍ର ୫ ମିନିଟ୍‌ ପାଇଁ ବନ୍ଦ ରହିଥିଲା । ଆମେରିକାର ବହୁ ବିଶ୍ୱବିଦ୍ୟାଳୟ ଗ୍ରୀଷ୍ମ ଓ ଶୀତ ଭଳି ଲମ୍ବା ଛୁଟିରେ ଅଧ୍ୟାପକମାନଙ୍କୁ ଦରମା ଦିଅନ୍ତି ନାହିଁ ।

କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରେ ପୂରା ସମୟ ରଖିବାକୁ ବିଭିନ୍ନ ଦେଶରେ ନୂଆ ନୂଆ ଉପାୟ ପ୍ରୟୋଗ କରାଯାଉଛି । ଭାରତର ପୂର୍ବତନ ଯୁବ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧି ୫ ଦିନିଆ - ସପ୍ତାହ ବା ଫାଇଭ ଡେ ୱିକ୍ ପ୍ରବର୍ତ୍ତନ କରି ଆଶା କରିଥିଲେ ଯେ କର୍ମଚାରୀମାନେ ପ୍ରତି ସପ୍ତାହରେ ଦୁଇ ଦିନ ଆରାମରେ କଟାଇ ବାକି ପାଞ୍ଚ ଦିନ ଦ୍ୱିଗୁଣ ଉତ୍ସାହରେ କାମ କରିବେ । ୟୁରୋପର କେତେକ ଦେଶରେ ଏବେ ‘ଚାରିିନିଆ-ସପ୍ତାହ’ ଓ ତିରିଶ ଘଣ୍ଟା କାମ ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲାଣି । ସୂଚନା ବିଜ୍ଞାନରେ ଅତି ଉନ୍ନତ ଦେଶମାନଙ୍କରେ ଘରେ ବସି ଅଫିସ୍ କାମ କରିବାର ସୁଯୋଗ ଦିଆଗଲାଣି । ଏକା ଚୀନ୍‌ରେ ମଧ୍ୟାହ୍ନ ଭୋଜନ ବିରତି ସମୟ ଓଡ଼ିଶାଠାରୁ ଅଧିକ ଥିଲା । ଜଗତୀକରଣ ଓ ଉଉାରୀକରଣ ପରେ ଆଉ ସେ ସୁବିଧା ମିଳୁନାହିଁ । ପଡ଼ୋଶୀ ବାଂଲାଦେଶରେ ଅଫିସ୍ ସମୟ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଥିଲା, ତେଣୁ ମଧ୍ୟାହ୍ନ ଭୋଜନ ବିରତିର ଆବଶ୍ୟକତା ପଡ଼ୁନଥିଲା । ସରକାରୀ ଦରମା କମ୍ ଥିବାରୁ କର୍ମଚାରୀମାନଙ୍କୁ ଦିନ ଦୁଇଟା ପରେ ନିଜ ନିଜ ଧନ୍ଦା ଓ ବ୍ୟବସାୟ ଜରିଆରେ ଅଧିକ ରୋଜଗାରପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏପରି ବ୍ୟବସ୍ଥା ଥିଲା । ଏବେ ସେଠାକାର ସରକାର ଏହି ବ୍ୟବସ୍ଥାକୁ ରଦ୍ଦ କରି ଦେଲେଣି । କାରଣ ଅନୁଧ୍ୟାନରୁ ଜଣାପଡ଼ିଲା ଯେ କର୍ମଚାରୀମାନେ ଅଫିସ୍ କାମ ଛାଡ଼ି ବ୍ୟବସାୟରେ ଅଧିକ ସମୟ ଓ ମନ ଦେଉଛନ୍ତି ।

୧୬୦ ବିକଳ୍ପ ବିଶ୍ୱ