ପୃଷ୍ଠା:Abakash chinta.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା


ଉତ୍କଳ ମାତାର ଅତୀତ ଯଶ,
ବିପୁଳ ବିଭବ ବଳ ସାହସ
ସୁମରିଣ ଫାଟିଯାଏ ହୃଦୟ,
ଦେଖି ଅବସ୍ଥାର ଏ ବିପର୍ଯ୍ୟ
 ରକ୍ତ-ମାଂସ-ଦେହ ଧରି ଯେ,
ଅଧୀର ଆତୁର  କିଏ ସେ ନ ହେବ
ଦେଖି ମାତା ଏତେ ସରି ଯେ । | ୩ |

ଅଛି ସେହି ନଦୀ, ଅଛି ସେହି ଗିରି,
ଅଛି ସେ ବିପିନ, କାହିଁ ସେ ଶିରୀ?
ଅଛି ସେହି ସେତୁ, ସେହି ଦେଉଳ,
କାହୁଁ ସେହୁ ଦକ୍ଷ କର ସଂକୁଳ୍?
 କଲା ଯା ଏତେ କୀରିତି ଯେ ;
ଦଶ ଦିଗ ଶୂନ୍ୟ,  କାହିଁ ପୂର୍ବ ପୁଣ୍ୟ,
କାହିଁ ସେ ପୂର୍ବ ଶକତି ଯେ ? | ୪ |

ରହିଅଛି କାବ୍ୟ ନାହାନ୍ତି କବି,
ଅଛି ସେହି ଦେଶ ନାହିଁ ସେ ଛବି,
କାଳବେଳ ସବୁ ସରିଛି ସାର,
ଆହା କି ସୁନ୍ଦର କି ନାରଖାର !
 କି ଘୋର କର୍ମବିପାକ ହେ,
ହର ଏ ଦୁର୍ଗତି  ହରି ବିଶ୍ବପତି
ଶୁଣ ଏ କାତର ଡାକ ହେ । | ୫ |

[୨]