ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଥମ ଛାନ୍ଦ
(ଦାଣ୍ଡରେ ଶୁଭିଲା ରାମ କୃଷ୍ଣ ବେନି ଭାଇ)
ମହାରାଜ ନଳ ପଶାଖେଳେ ହୋଇ ଭୋଳ
ପୁସ୍କର ସଙ୍ଗେ ଆରମ୍ଭ କଲେ ବାଜି ଖେଳ
କର୍ମ ଅବଳରୁ ହାରି
ରାଜ୍ୟ ବାଡ଼ି ତେଜି ହେଲେ ଦାଣ୍ଡର ଭିକାରୀ ।।
ସୁନ୍ଦରୀ ଗୁଣବତୀ ଯେ ଦମୟନ୍ତୀ ରାଣୀ
ସ୍ୱାମୀ ସଙ୍ଗତରେ ହେଲା କାନନ ଚାରିଣୀ
ଦୀନ ହୀନ ବେଶେ ବନେ
ବୁଲନ୍ତି ସେ ଶୋକ ଚିନ୍ତା ଦୁଃଖ ବହି ମନେ ।।
ଦୈବେ ଦିନେ ସୁବର୍ଣ୍ଣର ବିହଙ୍ଗ ଦେଖିଲେ
ଧରିବାକୁ ନଳ ଯହୁଁ ମନରେ ଭାବିଲେ
ମନା କରି ଦମୟନ୍ତୀ
ବୋଇଲେ ନାଥ ତହିଁକି ନ ବଳାଅ ମତି ।।
ଶୁଣା ନାହିଁ କାନେ କିବା ଦେଖା ନାହିଁ ନେତ୍ରେ
ସୁବର୍ଣ୍ଣ ପକ୍ଷୀର କଥା ଏ ମର ଜଗତେ
ଅଟେ ମାୟାର ଛଳନା
ତହିଁରେ ମାତିଲେ ଦୁଃଖ ପଡ଼ିଯିବ ସିନା।।
ନଳ ବୋଇଲେ ସଙ୍ଗାତ ବାରଣ ନ କର
ବାରଣ ଗମନା ତୋର ଧରୁ ଅଛି କର