ପୃଷ୍ଠା:Chata Ichhabati.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୧୨)

ପଢ଼ନ୍ତି ହରଷେ ତହିଂ ନୃପତି କୁମାରୀ
ମଣୋହୀ° ନିମନ୍ତେ ବାମା ଗଲା ଖର କରି । ୧୦ ।
ଚାଟ ଭୁଞ୍ଜିଣଗଲା ଗୁରୁଙ୍କ ସଙ୍ଗରେ ।
ମୋଣୋହୀଂ ସାରିଣ ବାମା ଗଲା ଧାତିକାରେ ।୧୧ ।
ବିଚାରଇ କାହିଁକି ସେ କରାଇଲା ସତ୍ୟ ।
ୟେସନ ବିଚାରି ବାମା ଗମଇ° ତୁରିତ । ୧୨ ।
ଚାଟଶାଳୀ କୋଣେ ବାଳୀ ଅଛି ଗୋପ୍ୟ ହୋଇ ।
ୟେସନ ସମୟେ ଚାଟ ମିଳିଗଲେ ଯାଇ । ୧୩ ।
କେହି କେଣେ ନାହି° ବୋଲି ଚାହିଁଲା ନିରେଖି ।
ପଛଆଡ଼େ ଥାଇ ଇଚ୍ଛା ବୁଜିଲାକ ଆଖି । ୧୪ ।
ନଜାଣଇ କିୟେ ତୁମ୍ଭେ କହ ବୋଲି ଚାଟ ।
ନ ଛାଡ଼ଇ ଇଚ୍ଛାବତୀ ଉଛୁଡ଼ଇ ହସ୍ତ । ୧୫ ।
ଛଡ଼ାଇ ନ ପାରି ଚାଟ ହୋଇଲା ନିସତ
ନ ଛାଡ଼ୁ ବୋଲିଣ ତୋତେ ମୋହରି ସପତ । ୧୬ ।
ୟେସନ ସମୟେ ହସ୍ତ କାଢ଼ିଲା ତୁରିତ ।
ନେଉଟି ଚାହିଁଲା ପଛେ ନୃପତି ଦୋହିତ । ୧୭ ।
ହସ ହସ ହୋଇ ବାଳୀ ବୋଲଈ ଉତ୍ତର ।
ସ୍ୱରୂପ କରିଣ ଚାଟ କହ ମୋ ଆଗର । ୧୮ ।
ବୋଲନ୍ତି କୁମାରୀ ତୁମ୍ଭେ ଶୁଣସି ହୋ ଚାଟ,
ଖଡ଼ି ତୋଳି ଦେଲା ବେଳେ କରାଇଲୁ ସତ୍ୟ । ୧୯ ।


୪ । ଧାତିକାରେ = ଶୀଘ୍ରେ, “ଦାରୁକ ବାହା ଧାତିକାରେ", 'ଭାଗବତ'

୫ । ଉଛାଡ଼ଈ°=ବଳାତ୍କାରେ ଛଡ଼ାଇ । ୬ । ନିସତ = ବଳହୀନ |