ପୃଷ୍ଠା:Chata Ichhabati.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୨୦)

ନୋହିଲେ କି ଦୁଃଖ କାଳେ ନିଧି ପରାପତ ।
ବିଧାତା କଢ଼ାଈ ମୋତେ ଆଣିଲା ତୁରିତ ।୮୫।
ନିରଖ ଅଟଇ ମୁହିଂ ସଖା ୩୬ ବନ୍ଧୁ ନାହିଂ ।
ତୋତେ ମୁଂ ପାଇଲି ପୂର୍ବେ ଶଙ୍କରଂକୁ ଧ୍ୟାଈଂ ।୮୬।
ଚାଟ ବୋଲେ ବାଳୁତ କୁମାରୀ ୟେଡ଼େ ସତ ୩୭ (?)
ଯାବତ ଜୀବତ ମୋର ତୋର ତ‌ହିଂ ତ‌ତ୍ତ୍ୱ ୩୮ ।୮୭।
ସୁଫଳ ଜୀବନ ମୋର ତୋ ସଙ୍ଗେ ପୀରତି ।
ଆଜ‌ହୁଂ ବିଧାତା ମୋତେ ଦେଲା ସଦଗତି ।୮୮।
ଦୟା ଅନୁରାଗ ପ୍ରିୟେ କରିଥିବୁ ମୋତେ ।
ୟେତେକ ମାଗୁଣି ମୁହିଂ ମାଗୁଅଛି ତୋତେ ।୮୯।
ଚାଟର ବଚନେ ଇଚ୍ଛା ବୋଲଈଂ ଉତ୍ତର ।
ତୋତେ ମୋତେ ଦେଇଛନ୍ତି ଗଉରୀ ଶଂକର ।୯୦।
ଧନ ଯଉବନ ଚାଟ ସର୍ବଦା ନ ଥାଇ ।
ପୀରତି କୀରତି ୟେକା ଯୁଗେ ଯୁଗେ ଥାଇ ।୯୧।
ମହା ସେ ପ୍ରତାପୀ ରାଜା ଭୋଜ ନୃପବର ।
ତୁମ୍ଭଂକୁ ପାଇଂଣ ମୁଁ ଛାଡ଼ିଲି ଭୟେତାର ।୯୨।
ପିତା ମାତା ଭାଇବନ୍ଧୁ ଭୟେ ଭୀତି ନାହିଂ ।
ଛାଡ଼ିଲି ସକଳ ଲାଜ ତୁମ୍ଭର ସେ ପାଈଂ ।୯୩।


୩୬। ସାଖା (ପୋଥିପାଠ) ।

୩୭। 'ଚାଟ ବୋଲେ କୁମାରୀ ମୋହର ଏହି ସତ୍ୟ'ହେଲେ ଅର୍ଥ ସଙ୍ଗତ ହେବ ଏବଂ କୁମାରୀଠାରେ କୁମାରର ପ୍ରତିଜ୍ଞା ବୋଲି ଉକ୍ତ ପାଦର ଅର୍ଥ ସୁସ୍ପଷ୍ଟ ହେବ ।

୩୮। 'ତ‌ତ୍ତ୍ୱ' ସମ୍ବନ୍ଧ ଅର୍ଥରେ ବୋଧହୁଏ ବ୍ୟବ‌ହୃତ ।