ପୃଷ୍ଠା:Chata Ichhabati.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
(୨୫)

ତା ଶୁଣି ଜନନୀ,
ବେଗେ ଅଇଲେ ମନେ ତାପ ଘେନି ।୩।

ପଲଂକେ ରାଣୀ ବସିଲେକ ଯାଇ,
ଆଶ୍ୱାସ କରି କ‌ହନ୍ତି ମଣାଈଂ ,
ତୁ ମୋର କୁଳମଣ୍ତଣୀ ଗୋ ଜେମା,
କି ନିମନ୍ତେ ତାପ କରିଛୁ ଜେମା,
ମୋ ଦୁଃଖୀରତନ,
ଦରିଦ୍ର ନିଧି ଅମୂଲ୍ୟ ରତନ ।୪।

ପିତା ତୋର ବନ୍ଧୁ ବାନ୍ଧେବ ,
ସବୁରି ଦୁଲଣା ଅତି ସୁଲଭ ।
କାହିଂପାଇଂ କି ମନେ ୟେତେ ତାପ,
କ‌ହୁକିନା ମୋର ଦୁଃଖର ବାପ,

୩। ମଣାଇଂ = ବୁଝାଇ ।

୪। ମଣ୍ତଣୀ = ଶୁଦ୍ଧପାଠ ମଣ୍ତନୀ ଅର୍ଥାତ୍ ଭୁଷଣ ସ୍ୱରୂପା ।

୫। ଏ ପାଦର କେତୋଟି ଅକ୍ଷର କୀଟଦଂଷ୍ଟ ହୋଇ ଥିବାରୁ ଅର୍ଥ ଆଦୌ ସୁସ୍ପଷ୍ଟ ନୁହେଁ । କିନ୍ତୁ ପରପାଦ ସ‌ହିତ ସାମଞ୍ଜସ୍ୟ ରଖି ଅର୍ଥ କଲେ ଇଚ୍ଛାବତୀ ପିତା ମାତା ବନ୍ଧୁ ବାନ୍ଧବମାନଙ୍କର ସ୍ନେହଶୀଳା ଝିଅ ଥିଲେ ବୋଲି ପରିଷ୍କାର ଜଣାଯାଏ । ତେଣୁ "ପିତା ମାତା ଭାଇ ବନ୍ଧୁବାନ୍ଧବ" ହେଲେ ସୁନ୍ଦର ହେବ ।

୬। ଦୁଲଣା = ଗେହ୍ଲା

ଚା: ଇ: ୪