ପୃଷ୍ଠା:Sashi Sena.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପ୍ରଥମ ଛାନ୍ଦ
 

ଦେବୀ ମାୟା ତହିଁ କେହି ନ ପାରେ ଚେତି ।
ତକ୍ଷଣ ଭ୍ରମିଣ ହୋୟେ ଦେଖି ଯୁବତୀ । ୩୫ ।
ଅନେକ ଶରଧା ପାଇ ନିରେଖି ଦେଖି ।
ବେଳୁଁ ବେଳ ଶରଧା ବଢ଼ାଇ ସୁମୁଖୀ । ୩୬ ।
ଯତନ କରିଣ ନେଇ ପଲଙ୍କେ ଥୋଇ ।
ଆନ ବିଷୟରେ ଗଲା ଅନ୍ତର ହୋଇ । ୩୭ ।
ନିମିଷେକ ଆସିଣ ଲେଉଟି ଦେଖିଲା । ।
କୁମାରେକ ଶୋଇଅଛି କନ୍ଦର୍ପବଳା । ୩୮ ।
କୋଟିନିଧି ପ୍ରାପତ କି ଦରିଦ୍ର ଜନ ।
ତେସନ ହୋଇଲା ଦେଖି ସୁମୁଖୀ ମନ । ୩୯ ।
ବଡ଼ଇ ହରଷେ କହେ ସ୍ବାମୀର ପାଶ ।
ଅପୂର୍ବ କଥାୟେ ସ୍ବାମି ଦେଖିବ ଆସ । ୪୦ ।
ମାଲୁଣୀ କୁସୁମ ଘେନି ମୋହୋର ପାଶ ।
ପୁଷ୍ପର ଭିତରେ ଥିଲା ଉଡ଼ଙ୍ଗ ଶିଷ । ୪୧ ।
ତକ୍ଷଣେ ଦେଖନ୍ତେ ହୋଏ ମାଣିକ୍ୟ ମାଳି ।
ଶରଧା କରିଣ ମୁଁ ତା ଧଇଲି ତୋଳି । ୪୨ ।
ପଲଙ୍କ ଉପରେ ନେଇ ଥୋଇଲି ତାହା ।
ସେ ୟେବେ ବାଳୁତ ପୁତ୍ର ହୋଇଛି ନାହା । ୪୩ ।
ଏହା ଶୁଣି ମନ୍ତ୍ରିବର ହରଷ ଚିତ୍ତ ।
ବୋଇଲେ କରୁଣା କଲେ ଜଗତମାତ । ୪୪ ।

୪୪.୨- ଶ୍ରୀଜଗନ୍ନାଥ (କ,ଗ) ।


୩୮ । କନ୍ଦର୍ପ ବଳା-ରୂପରେ କନ୍ଦର୍ପକୁ ବଳି ପଡ଼ିଥିବା । ୪୧ । ଭଡ଼ଙ୍ଗ - ସାପ ।